fbpx

Poll Counting-2024; ବିଜେଡି, ବିଜେପି ନା କଂଗ୍ରେସ… ଦିନ ୧୧ଟା ସୁଦ୍ଧା କିଏ ଆଗରେ? ଆଗକୁ ବାଜି ମାରିବ କିଏ?

ଓଡ଼ିଶା ଭାସ୍କର: ଆଜି ଓଡ଼ିଶା ରାଜନୀତିର ଚାଲିଛି ଭାଗ୍ୟ ପରୀକ୍ଷା । ଭୋଟ ଗଣତି ଜାରି ରହିଥିବା ବେଳେ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ କନା ଟକ୍କର ଦେଖିବାକୁ ମିଳିଛି । ତେବେ ଦିନ ୧୧ଟା ସୁଦ୍ଧା ରାଜନୀତିର ପଶାପାଲିରେ ସମସ୍ତଙ୍କୁ ପଛରେ ପକାଇ ଖୁବ ଆଗକୁ ଯାଇଛି ଭାରତୀୟ ଜନତା ପାର୍ଟି । ବିଜେପିର ସ୍ପିଡ ଆଗରେ ପଛରେ ରହିଯାଇଛି ରାଜ୍ୟର ଶାସକ ଦଳ । ବିଧାନସଭା ହେଉ କି ଲୋକସଭା, ସବୁଠି ଫୁଟିଛି ପଦ୍ମ । ଦ୍ରୁତ ଗତିରେ ଆଗେଇ ଚାଲିଛି ବିଜେପି, କାହାର ହେବ ଓଡ଼ିଶା? ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ

ଓଡ଼ିଶାର ଲୋକସଭା ଏବଂ ବିଧାନସଭା ଆସନ ପାଇଁ ଲଢେଇ ଶେଷ ହୋଇଛି । ଆଜି ପରୀକ୍ଷାର ଫଳାଫଳ ଘୋଷଣା ତାରିଖ । ତେବେ ରାଜ୍ୟରେ ବିଶେଷ କରି ବିଜେଡି ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଦିନ ୧୧ ସୁଦ୍ଧା ଭୋଟ ଗଣତି ରିପୋର୍ଟ ଅନୁସାରେ, ବିଜେପି ବିଜେଡିକୁ ପଛରେ ପକାଇ ଖୁବ ଆଗକୁ ଚାଲିଯାଇଛି । ବିଧାନସଭା ନିର୍ବାଚନର କଂଗ୍ରେସ ମାତ୍ର ୧୨ଟି ସିଟ୍ ପାଇଥିବା ବେଳେ ୪ଟି ସିଟ୍ ଉପରେ ଅନ୍ୟାନ୍ୟ ଦଳର ଦବଦବା ରହିଛି । ତେବେ ଏହି ଲଢେଇରେ ଶାସକ ଦଳ ବିଜେଡିକୁ ୪୪ଟି ସିଟ୍ ହାସଲ ହୋଇଥିବା ବେଳେ ୬୪ଟି ସିଟ୍ ସହ ଆଗରେ ରହିଛି ଭାରତୀୟ ଜନତା ପାର୍ଟି । ଉଭୟ ଦଳ ମଧ୍ୟରେ ବର୍ତ୍ତମାନ ୨୦ଟି ସିଟ୍ ଅନ୍ତର ରହିଥିବା ବେଳେ ଆଗକୁ କ’ଣ ହେବ ତାହା ଉପରେ ରହିଛି ନଜର ।

ଅନ୍ୟ ପକ୍ଷରେ ଲୋକସଭା ଆସନରେ ମଧ୍ୟ ବିଜେପି ସବୁ ପ୍ରତିପକ୍ଷଙ୍କୁ ପଛରେ ପକାଇ ଦେଇଛି । ଦିନ ୧୧ଟା ସୁଦ୍ଧା ବିଜେପି ୧୭ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେଡି ଏବଂ କଂଗ୍ରେସ ମାତ୍ର ୨ଟି ଲେଖାଏଁ ସିଟ୍ ଆଗରେ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ରାଜନୀତିରେ କଡ଼ା ଲଢେଇ ଦେଖିବାକୁ ମିଳିଥିବା ବେଳେ କିଏ ଗଢିବେ ସରକାର ଏବଂ କାହାକୁ ମିଳିବ ବହୁମତ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ସୂଚନା ଥାଉ କି, ସାରା ଦେଶରେ ୫୪୩ ଆସନରୁ ବିଜେପି ୨୯୧ ଆସନରେ ଆଗରେ ରହିଥିବା ବେଳେ କଂଗ୍ରେସ ୨୨୬ ଏବଂ ଅନ୍ୟାନ୍ୟ ଦଳ ୨୬ ସିଟରେ ଆଗୁଆ ରହିଛନ୍ତି ।

Get real time updates directly on you device, subscribe now.