fbpx

ପ୍ରଧାନମନ୍ତ୍ରୀ ମୋଦୀ ତୁରନ୍ତ ଇସ୍ତଫା ଦିଅନ୍ତୁ; ମମତା ବାନାର୍ଜୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଇଣ୍ତିଆ ମେଣ୍ଟର ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ତଫା ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ବାନାର୍ଜୀ ଗଣମାଧ୍ୟମକୁ କହିଛନ୍ତି, “ଗୋଟିଏ ପଟେ ସିବିଆଇ, ଅନ୍ୟପଟେ ଇଡି ସତ୍ତ୍ୱେ ମୋଦିଙ୍କୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିନାହିଁ। ସେମାନେ ନିଜର ବିଶ୍ୱସନୀୟତା ହରାଇଛନ୍ତି। ସେ (ପ୍ରଧାନମନ୍ତ୍ରୀ ମୋଦୀ) ତୁରନ୍ତ ଇସ୍ତଫା ଦିଅନ୍ତୁ କାରଣ ସେ ଏଥର ୪୦୦ ପାର ହେବାର ସ୍ଲୋଗାନ ଦେଇଥିଲେ।

ଏବେ ସେମାନଙ୍କୁ ଟିଡିପି ଓ ନୀତୀଶ କୁମାରଙ୍କ ପାଦ ଧରିବାକୁ ପଡ଼ିବ। ମୁଁ ମୋଦୀଜୀଙ୍କୁ ଭଲ ଭାବେ ଜାଣିଛି। ସେମାନେ ଇଣ୍ଡିଆ ମେଣ୍ଟ ଭାଙ୍ଗିବାରେ ସକ୍ଷମ ହେବେ ନାହିଁ। ମୁଁ ଅଖିଳେଶଙ୍କୁ ଅଭିନନ୍ଦନ ଜଣାଇଛି। ସାବାସ। ଆଗାମୀ ନିର୍ବାଚନରେ ୟୁପିରେ ଅଖିଳେଶ ଯାଦବ ବିଜୟୀ ହେବେ। ବିହାରରେ ଏପର୍ଯ୍ୟନ୍ତ ଯେଉଁ ଫଳାଫଳ ସାମ୍ନାକୁ ଆସିଛି ତାହା ସତ ନୁହେଁ। ମୁଁ ତେଜସ୍ୱୀ ଯାଦବଙ୍କ ସହ କଥା ହେଲି। ସେ କହିଛନ୍ତି ଯେ ଦିଦିଙ୍କ ପାଖରେ ଏବେ ବି ବହୁତ ଗଣତି ବାକି ଅଛି । ସେମାନେ ମିଛ କହୁଛନ୍ତି।”

Get real time updates directly on you device, subscribe now.