fbpx

ନିର୍ବାଚନ ଫଳାଫଳ ଆସିବା ପରେ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପରେ ସୋସିଆଲ ମିଡିଆରେ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ଦେଖିବାକୁ ମିଳିଛି। “ଦେଶର ଜନତା କ୍ରମାଗତ ତୃତୀୟ ଥର ପାଇଁ ଏନଡିଏ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଭାରତର ଇତିହାସରେ ଏହା ଏକ ଅଭୂତପୂର୍ବ ମୁହୂର୍ତ୍ତ । ଏହି ସ୍ନେହ ଓ ଆଶୀର୍ବାଦ ପାଇଁ ମୁଁ ମୋ ପରିବାରକୁ ପ୍ରଣାମ କରୁଛି।

ମୁଁ ଦେଶବାସୀଙ୍କୁ ଆଶ୍ୱାସନା ଦେଉଛି ଯେ ସେମାନଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ଆମେ ନୂତନ ଶକ୍ତି, ନୂତନ ଉତ୍ସାହ ଏବଂ ନୂତନ ସଂକଳ୍ପ ସହିତ ଆଗକୁ ବଢ଼ିବୁ । ଯେଉଁ ସମର୍ପଣ ସହିତ ସେମାନେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ସେଥିପାଇଁ ମୁଁ ସମସ୍ତ କର୍ମୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।”

ଏନଡିଏ ୨୯୨ ଟି ଆସନରେ ଆଗୁଆ ଥିବା ବେଳେ ଭାରତ ୨୩୩ ଟି ଆସନରେ ଆଗୁଆ ରହିଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ବିଜେପି ୧୧୭ ଓ କଂଗ୍ରେସ ୫୧ ଆସନରେ ବିଜୟୀ ହୋଇଛି। ବର୍ତ୍ତମାନ ବିଜେପି ୧୨୨ ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୪୮ ଟି ଆସନରେ ଆଗୁଆ ରହିଛି ।

Get real time updates directly on you device, subscribe now.