fbpx

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ: ୨୪ ବର୍ଷ ଶାସନ ପରେ ଓଡ଼ିଶା ପାଇବ ନୂଆ CM

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟର ମହାନ ଜନନାୟକ ଭାବରେ ଓଡ଼ିଆଙ୍କ ଗର୍ବ ଆଜି ଭାଙ୍ଗି ଯାଇଛି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତପା ଦେଇଛନ୍ତି ନବୀନ । ଓଡ଼ିଶା ରାଜନୀତିରେ ୨୪ ବର୍ଷର ଶାସନଭାରରୁ ଆଜି ମୁକ୍ତ ହୋଇଛନ୍ତି ବିଜୁବାବୁଙ୍କ ସୁପୁତ୍ର । ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ୨୪ ବର୍ଷ ରହିବା ପରେ ଆଜି ଇସ୍ତଫା ଦେଇଛନ୍ତି ବିଜେଡି ସୁପ୍ରିମୋ । ନବୀନ ନିବାସରୁ ବାହାରି ସେ ସିଧା ରାଜଭବନରେ ପହଞ୍ଚିଥିଲେ । ଏଠାରେ ରାଜ୍ୟପାଳଙ୍କୁ ଭେଟି ସେ ନିଜ ଇସ୍ତଫା ପତ୍ର ବଢାଇ ଦେଇଛନ୍ତି ।

ଓଡ଼ିଶା ରାଜନୀତିରେ ୫ଟି ନିର୍ବାଚନ ପରେ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଚୟନ କରାଯିବ । ୨୪ ବର୍ଷ କାଳ ମୁଖ୍ୟମନ୍ତ୍ରୀ ପଦରେ ରହି ନବୀନ ପଟ୍ଟନାୟକ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ । ପିତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ଭାବରେ ସେ ସାରା ଓଡ଼ିଶାକୁ ଗୌରବ ଆଣି ଦେଇଛନ୍ତି । ବିଜୁବାବୁଙ୍କ ପରେ ଓଡ଼ିଶା ନବୀନ ବାବୁଙ୍କୁ ମହାନ ଜନନାୟକ ଭାବରେ ପରିଚୟ ପାଇଛି । ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ଭାବରେ ସେ ଇତିହାସ ସୃଷ୍ଟି କରିବାକୁ ଯାଉଥିବା ବେଳେ ଏଥର ନିର୍ବାଚନ ଏବଂ ଓଡ଼ିଶା ଭୋଟରଙ୍କ ମତାମତ ତାଙ୍କ ବିପକ୍ଷରେ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରା ଓଡ଼ିଶାବାସୀଙ୍କୁ ଧନ୍ୟାବାଦ ଦେଇଛନ୍ତି ମହାନ ଜନନାୟକ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.