fbpx

(Video) Eye 7 ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ୧୬ ଫାୟାର ବ୍ରିଗେଡ୍ ଗାଡି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଲାଜପତ ନଗରରେ ଥିବା ଶିଶୁଙ୍କ ହସ୍ପିଟାଲରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଆଇ ୭ ହସ୍ପିଟାଲରେ ଅଚାନକ ନିଆଁ ଲାଗିଯାଇଥିଲା । ଏହାପରେ ଦିଲ୍ଲୀ ଫାୟାର ବ୍ରିଗେଡ୍‌କୁ ଅଗ୍ନିକାଣ୍ଡ ବିଷୟରେ ସୂଚନା ଦିଆଯାଇଥିଲା । ସୂଚନା ମିଳିବା ପରେ ଦିଲ୍ଲୀ ଫାୟାର ସର୍ଭିସର ୧୬ ଫାୟାର ବ୍ରିଗେଡ୍ ଗାଡି ଘଟଣାସ୍ଥଳରେ ପହଞ୍ଚିଛି । ନିଆଁ ଏତେମାତ୍ରାରେ ଭୟାନକ ଥିଲା ଯେ, କୋଠାରୁ କଳା ଧୂଆଁ ଚାରିଆଡେ ବ୍ୟାପି ଯାଇଥିଲା । କିଛି ଦିନ ତଳେ ଏହିପରି ଏକ ଶିଶୁ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଦିଲ୍ଲୀରେ ୭ ନବଜାତକଙ୍କ ମୃତ୍ୟୁ ହୋଇଯାଇଥିଲା ।

Get real time updates directly on you device, subscribe now.