fbpx

ଶପଥ ଗ୍ରହଣ ପୂର୍ବରୁ ଖୁସି ଖବର: ୩୪୦୦ ଟଙ୍କା ଶସ୍ତା ହୋଇଗଲା ସୁନା ଦର, ରୁପା ଦାମ୍ ୪୭୦୦ ଟଙ୍କା କମିଲା

ନୂଆଦିଲ୍ଲୀ: ଆଜି କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ବେଳେ ମୋଦୀଙ୍କ କ୍ୟାବିନେଟରେ ୪୦ରୁ ଅଧିକ ମନ୍ତ୍ରୀଙ୍କୁ ସାମିଲ କରାଯାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଶପଥ ଗ୍ରହଣ ପୂର୍ବରୁ ଆସିଛି ଏକ ଖୁସି ଖବର । ପାଖାପାଖି ୨୦ ଦିନ ପୂର୍ବରୁ ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିଥିଲା । ସେହିପରି ରୁପା ୧୦ ଦିନ ପୂର୍ବରୁ ନୂଆ ସ୍ତରରେ ପହଞ୍ଚିଥିଲା । ତେବେ ଏହା ମଧ୍ୟରେ ସୁନା, ରୁପା ଦାମ୍ ଜନତାଙ୍କୁ ଆଶ୍ୱସ୍ତି ଦେଇଛି ।

ସଦ୍ୟ ରିପୋର୍ଟ ଅନୁଯାୟୀ, ଗତ ୩ ସପ୍ତାହ ମଧ୍ୟରେ ଦେଶରେ ସୁନା, ରୁପା ଦର ବେଶ୍ ଶସ୍ତା ହୋଇଛି । ପାଖାପାଖି ୨୦ ଦିନ ପୂର୍ବରୁ ସୁନାର ଯେଉଁ ଦର ରହିଥିଲା ତାହା ଏବେ ୩୪୦୦ ଟଙ୍କା ହ୍ରାସ ପାଇଛି । ସେହିପରି ୧୦ ଦିନ ମଧ୍ୟରେ ରୁପା ୭୪୦୦ରୁ ଅଧିକ ଟଙ୍କା ଖସିଥିବା ଦେଖାଯାଇଛି । ବିଦେଶୀ ବଜାରରେ ଗତ ଶୁକ୍ରବାର ସୁନା ଦରରେ ଏକ ବଡ଼ଧରଣର ହ୍ରାସ ପରିଲକ୍ଷିତ ହୋଇଛି । ରୁପା ଦର ୭ ପ୍ରତିଶତ ପର୍ୟ୍ୟନ୍ତ କମ୍ ହୋଇଯାଇଛି । ଏହାର ପ୍ରଭାବ ଲୋକାଲ ସ୍ତରର ମୂଲ୍ୟ ଉପରେ ଦେଖିବାକୁ ମିଳିଛି ।

ଗତ ମାସ ୨୦ ତାରିଖରେ ସୁନା ଦର ୭୪,୭୭୭ ଟଙ୍କାରେ ପହଞ୍ଚିବା ସହ ଲାଇଫଟାଇମ୍ ହାଇରେ ପହଞ୍ଚିଥିଲା । ଶୁକ୍ରବାର ବଜାର ବନ୍ଦ ହେବା ବେଳକୁ ଏହାର ଦାମ୍ ୭୧,୩୫୩ ଟଙ୍କାରେ ପହଞ୍ଚିଥିଲା । ଫଳରେ ପ୍ରତି ୧୦ ଗ୍ରାମ ସୁନା ଦରରେ .୪୨୪ ଟଙ୍କା ଶସ୍ତା ହୋଇଥିଲା । ସେହିପରି ମେ ୨୯ରେ ରୁପା ଦାମ୍ ୯୬,୪୯୬ ସହିତ ଲାଇଫ୍ ଟାଇମ୍ ହାଇ ସ୍ତରରେ ପହଞ୍ଚିଥିଲା । ଶୁକ୍ରବାର ଏହାର ଦାମ୍ ୮୯,୦୮୯ପରେ ପହଞ୍ଚିବା ସହ ପ୍ରତି କିଲୋଗ୍ରାମ ପିଛା ୭,୪୦୪ ଟଙ୍କା ଶସ୍ତା ହୋଇଥିଲା । ଶୁକ୍ରବାର କଥା ହିସାବ କଲେ ରୁପା ପ୍ରତି କେଜି ପିଛା ୪,୭୨୭ ଟଙ୍କା ଶସ୍ତା ହୋଇଥିଲା ।

Get real time updates directly on you device, subscribe now.