fbpx

ଆଜି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ଶାହା-ନଡ୍ଡା ହେବେ ସାମିଲ

ନୂଆଦିଲ୍ଲୀ: ପେମା ଖାଣ୍ଡୁ ଲଗାତାର ତୃତୀୟ ଥର ପାଇଁ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଆଜି ସକାଳ ୧୧ରେ ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ । ତାଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜେପି ନଡ୍ଡା ଇଟାନଗରରେ ପହଞ୍ଚିଛନ୍ତି । ଖାଣ୍ଡୁଙ୍କୁ ବୁଧବାର ଦିନ ଏଠାରେ ଏକ ବୈଠକରେ ବିଜେପି ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି । ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରବିଶଙ୍କର ପ୍ରସାଦ ଏବଂ ତରୁଣ ଚୁଗ ଏହି ବୈଠକରେ ଭାଗ ନେଇଛନ୍ତି ।

ଗତ କିଛି ବର୍ଷ ମଧ୍ୟରେ ଅରୁଣାଚଳ ପ୍ରଦେଶରେ ବିଶେଷ କରି ୨୦୧୬ରେ ସାମ୍ବିଧାନିକ ସଂକଟ ପରେ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ହେବା ପରେ କ୍ରୀଡା ତଥା ସଂଗୀତ ଉତ୍ସାହୀ ପେମା ଖାଣ୍ଡୁ ଜଣେ ବଡ଼ ନେତା ଭାବେ ନିଜର ପ୍ରତିଭା ଦେଖାଇଥିଲେ । ଖାଣ୍ଡୁ ନିଜକୁ ଏକ ସଫଳ ରାଜନୀତିଜ୍ଞ ଭାବେ ପ୍ରମାଣିତ କରିଛନ୍ତି । ବିଜେପି ଅରୁଣାଚଳ ପ୍ରଦେଶରେ ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବାରେ ସଫଳ ହୋଇଛି । ସେ ଚଳିତ ନିର୍ବାଚନରେ ଅରୁଣାଚଳ ପ୍ରଦେଶର ବିଧାନସଭା ଆସନରେ ମୋଟ ୬୦ଟି ସିଟ ମଧ୍ୟରୁ ୪୬ଟି ସିଟ ହାସଲ କରିଛି ।

Get real time updates directly on you device, subscribe now.