fbpx

ହ୍ୱାଟସଆପ୍‌ର ବଡ କାର୍ଯ୍ୟାନୁଷ୍ଠାନ, ବନ୍ଦ କଲା ୭୦ ଲକ୍ଷ ଭାରତୀୟ ଆକାଉଣ୍ଟ

ନୂଆଦିଲ୍ଲୀ: ହ୍ୱାଟସଆପ୍ ପ୍ରାୟ ୭୧ ଲକ୍ଷ ଭାରତୀୟ ଆକାଉଣ୍ଟ ବନ୍ଦ କରିଦେଇଛି । କମ୍ପାନୀ ଏହି କାର୍ଯ୍ୟାନୁଷ୍ଠାନ ପଲିସି ଉଲଙ୍ଘନ ନେଇ ରିପୋର୍ଟ ପାଇବା ପରେ ଗ୍ରହଣ କରିଛି । କମ୍ପାନୀ ଏହାର ମାସିକ ରିପୋର୍ଟରେ ଏହି ସୂଚନା ଦେଇଛି । କମ୍ପାନୀ କହିଛି ଏପ୍ରିଲ ୧ରୁ ୩୦ ଏପ୍ରିଲ ମଧ୍ୟରେ ଏହି ଆକାଉଣ୍ଟସକୁ ବ୍ୟାନ କରାଯାଇଛି ।
ରିପୋର୍ଟରୁ ଜଣାପଡିଛି ବ୍ୟାନ୍ କରାଯାଇଥିବା ଅଧିକାଂଶ ଆକାଉଣ୍ଟ ସାଇବର ଫ୍ରଡ୍ ଓ ସ୍କାମ ସହ ସମ୍ବନ୍ଧିତ । ଏହା ବ୍ୟତିତ ଆଉ କିଛି ଲୋକ ହ୍ୱାଟସଆପ୍ ପଲିସି ଉଲଙ୍ଘନ କରିଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମେଟା କହିଛି ଆଗକୁ ଯେ କେହି ବି ୟୁଜର୍ସ କମ୍ପାନୀର ପଲିସି ଉଲଙ୍ଘନ କଲେ ତାଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯିବ ।

Get real time updates directly on you device, subscribe now.