fbpx

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ସେମାନଙ୍କର ଜମା ଅର୍ଥ: ତଥ୍ୟ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଟଫଣ୍ଡ ଜମାକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଚିଟଫଣ୍ଡ କ୍ଷତିଗ୍ରସ୍ତକୁ ଜମା ଅର୍ଥ ରାଶି ମିଳିବ । ଏନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବା ସହିତ କ୍ଷତିଗ୍ରସ୍ତଙ୍କ ଠାରୁ ସମ୍ପୂର୍ଣ୍ଣ ତଥ୍ୟ ମାଗିଛନ୍ତି । କଟକ ଓଡ଼ିଶା ପ୍ରୋଟେକ୍ସନ ଅଫ୍ ଇଣ୍ଟେରେଷ୍ଟ ଅଫ୍ ଡିପୋଜିଟର୍ସ (ଓପିଆଇଡି) କ୍ଷମତାପନ୍ନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅର୍ଥ ବିଭାଗର ଅତିରିକ୍ତ ସଚିବଙ୍କ ସମେତ ଅନ୍ୟ ଅଧିକାରୀମାନେ ପହଞ୍ଚିଥିଲେ । ଏହି ଟିମ୍ କଟକ ଓପିଆଇଡି କ୍ଷମତାପନ୍ନ ଅଧିକାରୀଙ୍କ ନିକଟରୁ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ତଥ୍ୟ ସଂଗ୍ରହ କରୁଛି ।

କଟକ ଓପିଆଇଡି କ୍ଷମତାପନ୍ନ ଅଧିକାରୀଙ୍କ ନିକଟରେ ୨୬ଟି ଚିଟଫଣ୍ଡ କମ୍ପାନୀର ମାମଲା ରହିଛି । ବର୍ତ୍ତମାନ ଦୁଇ ଚିଟ୍ଫଣ୍ଡ କମ୍ପାନୀ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଓ ହାଇଟେକ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବ୍ୟାଜ୍ୟାପ୍ତି ହୋଇ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କର ଜମା ଅର୍ଥ ଫେରସ୍ତ କରାଯାଉଛି । ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସରେ ୪.୭୨ ଲକ୍ଷ ଓ ହାଇଟେକରେ ୧୦ ହଜାର ହିତାଧିକାରୀ ରହିଛନ୍ତି । ଦୁଇ କମ୍ପାନୀର ୮ ହଜାର ହିତାଧିକାରୀ ସେମାନଙ୍କର ଅର୍ଥ ଫେରି ପାଇଛନ୍ତି । ଏହି ପ୍ରକ୍ରିୟାକୁ ଆହୁରି ସରଳ କରାଯିବା ସହ ନିଜ ନିଜ ଜିଲ୍ଲାରେ କ୍ଷତିଗ୍ରସ୍ତମାନେ କିପରି ଅର୍ଥ ଫେରିପାଇବେ ସେନେଇ ଅର୍ଥ ବିଭାଗକୁ ପ୍ରସ୍ତାବ ଦିଆଯାଇଥିବା ଓପିଆଇଡି ପ୍ରାଧିକୃତ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, କ୍ଷମତାକୁ ଆସିଲେ ସମସ୍ତ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଅର୍ଥ ରେସ୍ତ କରାଯିବ ବୋଲି ନିର୍ବାଚନୀ ଇସ୍ତାହାରରେ ବିଜେପି କହିଥିଲା । ଏବେ ରାଜ୍ୟରେ ନୂଆ ସରକାର ଶପଥ ଗ୍ରହଣ କରିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଜମାକାରୀଙ୍କୁ ଖୁବଶୀଘ୍ର ସେମାନଙ୍କର ଅର୍ଥ ମିଳିପାରେ ।

Get real time updates directly on you device, subscribe now.