fbpx

BCCI ଘୋଷଣା କଲା ଘରୋଇ ସିରିଜର ଶିଡ୍ୟୁଲ: ୨୦୨୪-୨୫ ସିଜିନରେ ଟିମ୍ ଇଣ୍ଡିଆକୁ ଆରାମ ନାହିଁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଟି-୨୦ ବିଶ୍ୱକପ ଜାରି ରହିଥିବା ବେଳେ ଆଜି ସୁପର-୮ରେ ଆଫଗାନିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ତେବେ ବିଶ୍ୱକପ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୪-୨୫ ସିଜିନ ପାଇଁ ଘରୋଇ ସିରିଜର ଶିଡ୍ୟୁଲ ଘୋଷଣା କରିଛି । ଭାରତର ଘରୋଇ ସିଜିନ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଯିବ । ଏହି ସିଜିନରେ ଘରୋଇ ଟିମ୍ ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସହ ଖେଳିବ ।

ଟି-୨୦ ବିଶ୍ୱକପ ୨୦୨୪ ପରେ ଶ୍ରୀଲଙ୍କା ଓ ଜିମ୍ବାୱେ ବିପକ୍ଷ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ଏହାପରେ ଭାରତକୁ ଘରୋଇ ମାଟିରେ କିଛି ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ଓ ଟି-୨୦ ସିରିଜ୍ ଖେଳିବାର ଅଛି । ସେଥିପାଇଁ ଭାରତ ଗସ୍ତରେ ଆସିବେ ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଟିମ୍ । ଏହାର ଅର୍ଥ ହେଉଛି ବିଶ୍ୱକପ ପରେ ବି ଟିମ୍ ଇଣ୍ଡିଆକୁ ଆରାମ୍ ନାହିଁ । ଜୁନ୍ ୨୯ରେ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯିବ । ବିଶ୍ୱକପ ପରେ ଭାରତ ଜିମ୍ବାୱେ ଗସ୍ତରେ ଯିବ । ଜୁଲାଇ ୬-୧୪ ମଧ୍ୟରେ ସେଠାରେ ଟି-୨୦ ସିରିଜ୍ ଖେଳିବ । ତା’ପରେ ଶ୍ରୀଲଙ୍କା ଗସ୍ତରେ ଯିବା ଓ ସେଠାରେ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବ ।

ଏହାପରେ ଭାରତ ପ୍ରଥମେ ବାଂଲାଦେଶ ବିପକ୍ଷରେ ୨ଟି ଟେଷ୍ଟ ଓ ୩ଟି ଟି-୨୦ ମ୍ୟାଚ ଖେଳିବ । ତା’ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଟେଷ୍ଟ ମ୍ୟାଚ ଖେଳିବ । ତା’ପରେ ଜାନୁଆରୀରେ ଇଂଲଣ୍ଡ ବିପକ୍ଷରେ ୫ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସିରିଜ ମଧ୍ୟରେ ଟିମ୍ ଇଣ୍ଡିଆ ନଭେମ୍ବର-ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସେଠାରେ ବର୍ଡର-ଗାଭାସ୍କର ଟ୍ରଫିରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ।

Get real time updates directly on you device, subscribe now.