fbpx

ବଡ଼ ଘୋଷଣା କଲେ ମୋଦୀ ସରକାର: ଆଗାମୀ ୯ ମାସ ପର୍ଯ୍ୟନ୍ତ ୩୦୦ ଟଙ୍କା ଶସ୍ତାରେ ମିଳିବ LPG ସିଲିଣ୍ଡର

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅନେକ ଉପହାର ଦେବାକୁ ଯାଉଛନ୍ତି । ଦେଶବାସୀଙ୍କୁ ବିଭିନ୍ନ ଯୋଜନାର ଫାଇଦା ମିଳିବା ଜାରି ରହିବ ବୋଲି ଏଥିରୁ ସ୍ପଷ୍ଟ ହୋଇସାରିଛି । ତେବେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନ ବା ପିଏମୟୁୱାଇ ଯୋଜନାର ଲାଭାର୍ଥୀଙ୍କୁ ୩୦୦ ଟଙ୍କାର ସବସିଡି ମିଳିବା ଜାରି ରହିବ । ତେବେ ଏହି ଫାଇଦା ଆଗାମୀ ୯ ମାସ ପର୍ଯ୍ୟନ୍ତ ମିଳିବ ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସାଧାରଣ ଗ୍ରାହକଙ୍କୁ ଏଲପିଜି ସିଲିଣ୍ଡର ୮୦୩ ଟଙ୍କାରେ ମିଳୁଥିବା ବେଳେ ଉଜ୍ଜ୍ୱଳା ଲାଭାର୍ଥୀଙ୍କୁ ୩୦୦ ଟଙ୍କା ଛାଡ଼ ସହ ୫୦୩ ଟଙ୍କାରେ ମିଳୁଛି । ଗତ ମାର୍ଚ୍ଚ ମାସରେ କେନ୍ଦ୍ର କ୍ୟାବିନେଟରେ ଉପଭୋକ୍ତାଙ୍କୁ ୩୦୦ ଟଙ୍କାର ସବସିଡି ଜାରି ରଖିବାକୁ ମଞ୍ଜୁରୀ ମିଳିଥିଲା । ଏହି ଯୋଜନାରେ ଲାଭାର୍ଥୀଙ୍କୁ ଏହି ସବସିଡି ୨୦୨୫ ମସିହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଫାଇଦା ମିଳିବା ଜାରି ରହିବ । ବର୍ତ୍ତମାନ ଜୁନ ମାସ ଚାଲିଥିବା ବେଳେ ଆଗାମୀ ୯ ମାସ ପର୍ଯ୍ୟନ୍ତ ଲାଭାର୍ଥୀମାନେ ଏହାର ଫାଇଦା ଉଠାଇ ପାରିବେ ।

ସୂଚନାଯୋଗ୍ୟ ଯେ, ଗତ ୨୦୧୬ ମସିହାରେ କେନ୍ଦ୍ର ସରକାର ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାର ଲାଭାର୍ଥୀଙ୍କୁ ଆର୍ଥିକ ବର୍ଷ ୨୦୨୪-୨୫ ଅବସରରେ ଏକ ବର୍ଷ ମଧ୍ୟରେ ୧୨ଟି ସିଲିଣ୍ଡର ଦିଆଯାଇଥିଲା । ୧୪.୨ କେଜି ବିଶିଷ୍ଟ ସିଲିଣ୍ଡର ଉପରେ ୩୦୦ ଟଙ୍କାର ସବସିଡି ମିଳିଥିଲା । ଗତ ମାର୍ଚ୍ଚ ପହିଲା ସୁଦ୍ଧା ଏହି ଯୋଜନାରେ ୧୦.୨୭ କୋଟିରୁ ଅଧିକ ଲାଭାର୍ଥୀ ରହିଥିଲା । ତେଣୁ ୨୦୨୪-୨୫ ପାଇଁ କେନ୍ଦ୍ର ସରକାର ମୋଟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ବହନ କରିବେ । ସବସିଡି ସିଧାସଳଖ ଲାଭାର୍ଥୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯାଇଥାଏ । ଏହି ଯୋଜନାରେ ସରକାର ୭୫ ହଜାର ନୂଆ କନେକ୍ସନ ଦେବା ନେଇ କାର୍ଯ୍ୟ କରିବେ ।

Get real time updates directly on you device, subscribe now.