fbpx

(Video) ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ଅଫିସରେ ପଶିଲା ଚୋର: ଭଙ୍ଗାରୁଜା କରି ନେଇଗଲା ଫିଲ୍ମର ନେଗେଟିଭ୍

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ଅଫିସରେ ଚୋର ପଶି ଭଙ୍ଗାରୁଜା କରିବା ସହିତ କିଛି ଜରୁରୀ ସାମଗ୍ରୀ ଚୋରି କରି ନେଇଛି । ମୁମ୍ବାଇ ସ୍ଥିତ ଅନୁପମଙ୍କ ଅଫିସରୁ ଚୋର ଫିଲ୍ମର ନେଗେଟିଭ୍ ମଧ୍ୟ ଚୋରି କରି ନେଇଛି । ଏନେଇ ଅଭିନେତା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି । ଗତ ୧୯ ତାରିଖ ଦିନ ଏହି ଅଘଟଣ ଘଟିଥିଲା ।

ଅଭିନେତାଙ୍କର ମୁମ୍ବାଇର ବୀର ଦେସାଈ ରୋଡ଼ ସ୍ଥିତ ଅଫିସରେ ଚୋରମାନେ ଭଙ୍ଗାରୁଜା କରିବା ସହିତ କିଛି ଜରୁରୀ ସାମଗ୍ରୀ ଓ ଫିଲ୍ମର ନେଗେଟିଭ୍ ଚୋରି କରି ନେଇଛନ୍ତି । ଏହି ଘଟଣା ଗତ ବୁଧବାର ଦିନ ଘଟିଥିବା ନେଇ ନିଜେ ଅନୁପମ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି । ଚୋରମାନେ ଅଫିସରେ ପଶି ସେଠାରେ ଥିବା ଫିଲ୍ମର ନେଗେଟିଭ୍ ମଧ୍ୟ ଚୋରି କରିନେଇଛନ୍ତି । ଏହି ଘଟଣା ପରେ ଅଭିନେତା ଥାନାରେ ଅଭିଯୋଗ ଦାୟର କରିଛନ୍ତି ।

ତେବେ ଚୋରମାନେ ଖୁବଶୀଘ୍ର ଧରାପଡ଼ିବେ ବୋଲି ପୋଲିସ ଅନୁପମଙ୍କୁ ଆଶ୍ୱାସନା ଦେଛି । ଚୋରମାନେ ଚୋରି ଜିନିଷ ଧରି ଅଟୋରେ ପଳାଇ ଯାଉଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ଅନୁପମଙ୍ଗ ଏହି ପୋଷ୍ଟ ଦେଖିବା ପରେ ତାଙ୍କର ଫ୍ୟାନ୍ସ ବେଶ୍ ନିରାଶ ହୋଇଯାଇଛନ୍ତି । ଅନୁପମଙ୍କୁ ତାଙ୍କର ଚୋରି ଜିନିଷ ପୁଣି ଥରେ ମିଳିଯାଉ ଏହା ସମସ୍ତେ କାମନା କରିଛନ୍ତି ।

 

View this post on Instagram

 

A post shared by Anupam Kher (@anupampkher)

Get real time updates directly on you device, subscribe now.