fbpx

ଚଳିତ ବର୍ଷ ରଥଯାତ୍ରାର ଏକ ବିରଳ ସଂଯୋଗ: ଗୋଟିଏ ଦିନରେ ୩ଟି ନୀତି ସହ ରଥଯାତ୍ରା କାମ ସମ୍ପନ୍ନ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷର ରଥଯାତ୍ରାକୁ ସୁରୁଖୁରୁରେ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛତିଶା ନିଯୋଗ ସହିତ ଆଲୋଚନା କରିଛନ୍ତି । ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରୀକ୍ଷେତ୍ର ପୁରୀ ଛତିଶା ନିଯୋଗର ସଦସ୍ୟ ମାନଙ୍କ ସହ ଆଗାମୀ ରଥଯାତ୍ରା ବିଷୟରେ ଆଲୋଚନା କରିଥିଲେ । ଚଳିତ ବର୍ଷ ରଥଯାତ୍ରା ଏକ ବିରଳ ସଂଯୋଗ । ଗୋଟିଏ ଦିନରେ ୩ ଟି ନୀତି ସହ ରଥଯାତ୍ରା କାମ ସମ୍ପନ୍ନ ହେବ । ତେଣୁ ଏହାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ମୁଖ୍ୟମନ୍ତ୍ରୀ ଛତିଶା ନିଯୋଗର ସଦସ୍ୟ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ମହାପ୍ରଭୁଙ୍କ ଅପାର କରୁଣାରୁ ଗୋଟିଏ ସାଧାରଣ ପରିବାରରୁ ଆସି ମୁଁ ମୁଖ୍ୟମନ୍ତ୍ରୀ ହୋଇଛି । ଏ ସବୁ ପ୍ରଭୁଙ୍କ ଇଛା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶିର୍ବାଦରେ ରାଜ୍ୟ, ଦେଶ ତଥା ଏ ଦୁନିଆ ଚାଲିଛି । ଏହି ବିରଳ ରଥଯାତ୍ରା ମହାପ୍ରଭୁଙ୍କ ଆଶିର୍ବାଦ ଓ ଆପଣ ମାନଙ୍କ ସହଯୋଗରେ ନିଶ୍ଚିତ ରୂପେ ସୁରୁଖୁରୁରେ ସମ୍ପନ୍ନ ହେବ ବୋଲି ଆଶା କରୁଛି । ଏହି ଯାତ୍ରାରେ ଛତିଶା ନିଯୋଗର ସଦସ୍ୟମାନେ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେବକମାନଙ୍କ ପ୍ରତି ନୂଆ ସରକାରଙ୍କ ଆତ୍ମୀୟତା ଭାବ ଯୋଗୁ ସେମାନେ ବହୁତ୍ ଖୁସି ଓ ଆନନ୍ଦିତ ବୋଲି କହିଥିଲେ ।

Get real time updates directly on you device, subscribe now.