fbpx

ଭାରତ ଅଷ୍ଟ୍ରେଲିଆ ମହାମୁକାବିଲା, କିଏ ଜିତିବ ବାଜି, ଯଦି ମ୍ୟାଚରେ ବର୍ଷା ହୁଏ, କିଏ ଖେଳିବ ସେମିଫାଇନାଲ

ନୂଆଦିଲ୍ଲୀ: ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ଆଜି ୱେଷ୍ଟଇଣ୍ଡିଜର ସେଣ୍ଟଲୁସିଆସ୍ଥିତ ଡାରେନ ସାମି କ୍ରିକେଟ ପଡିଆରେ ମୁହାଁମୁହିଁ ହେବେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହ ଦୁର୍ଦ୍ଦଶ ଭାରତ । ସୁପର ୮ ର ଏହି ମହାମୁକାବିଲା ପାଇଁ ରୋହିତ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ମିଚେଲ ମାର୍ଶଙ୍କ କଙ୍ଗାରୁ ଦଳ ପାଇଁ ଏହି ମ୍ୟାଚ ‘କର ବା ମର’ ଅଟେ । ଭାରତ ଏଯାଏଁ ପ୍ରତିଯୋଗିତାରେ ଅପରାଜୟ ରହି ଗ୍ରୁପ ‘ଏ’ ର ପଏଣ୍ଟ ତାଲିକାରେ ଶୀର୍ଷରେ ଅଛି । ସେମିଫାଇନାଲ ଖେଳିବାର ଦ୍ୱାର ଦେଶରେ ରହିଛି ଭାରତୀୟ ଦଳ । ଭାରତ ଆଜିର ମ୍ୟାଚ ଜିତିଲେ ସିଧାସଳଖ ସେମିଫାଇନାଲ ଖେଳିବ । ହାରିଲେ ବି ଯଦି ବଡ ରନ ବ୍ୟବଧାନରେ ଅଷ୍ଟ୍ରେଲିଆଠୁ ନ ହାରେ ତେବେ ବି ତା’ର ସେମିଫାଇନାଲ ଖେଳିବା ଆଶା ମଉଳିବ ନାହିଁ । ମାତ୍ର ସେପଟେ ଅଷ୍ଟ୍ରେଲିଆକୁ ଏହି ମ୍ୟାଚ ଜିତିବା ବାଧ୍ୟତାମୂଳକ । ହାରିଲେ ଟୁର୍ଣ୍ଣାମେଣ୍ଟରୁ ବାହାର ହେବା ପ୍ରାୟ ଥୟ ଆଉ ବଡ ରନ ବ୍ୟବଧାନରେ ନ ଜିତିଲେ ବି କଙ୍ଗାରୁ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇପାରେ । କାରଣ ସେପଟେ ଯଦି ଆଫଗାନିସ୍ତାନ ବାଂଲାଦେଶକୁ ଭଲ ରନ ବ୍ୟବଧାନରେ ହରାଇ ଦିଏ, ତେବେ ମ୍ୟାଚ ଜିତି ବି ଅଷ୍ଟ୍ରେଲିଆ ଚଳିତ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରୁ ବାହାର ହୋଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବ ।

 

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ପାଣିପାଗ ଗୁରୁତ୍ତ୍ୱ ବହନ କରିବ । ଯଦି ବର୍ଷା ହୋଇ ମ୍ୟାଚ ଖେଳା ନ ଯାଏ ତେବେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ଭାଗ କରିବେ । ସେହିଭଳି ପରିସ୍ଥିତିରେ ଭାରତୀୟ ଦଳ ସହଜରେ ସେମିଫାଇନାଲ ଟିକେଟ ହାସଲ କରି ନେବ । କଙ୍ଗାରୁ ଦଳ ପାଇଁ ଏ ପରିସ୍ଥିତି କାଳ ସାଜିବ । କାରଣ ଏଭଳି ପରିସ୍ଥିତିରେ ଆଫଗାନିସ୍ତାନ ଓ ବାଲାଂଦେଶ ଭିତରୁ ଯିଏ ଜିତିବ ସେହି ଦଳ ସେମିଫାଇନାଲ ଟିକେଟ ପକ୍କା କରି ନେବ । ରିପୋର୍ଟ ଅନୁସାରେ, ସେଣ୍ଟଲୁସିଆରେ ୭୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଏଠାରେ ଘଣ୍ଟାପ୍ରତି ୪୨ କିଲୋମିଟର ବେଗରେ ପବନ ବହିବ । ତାହାସହ ୩.୫ ମି.ମି ବର୍ଷା ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ।

Get real time updates directly on you device, subscribe now.