fbpx

ରଥଯାତ୍ରା ବନ୍ଦ ନେଇ କଣ କହିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ? ଜାଣନ୍ତୁ

ପୁରୀ, ୧୯ା୬(ଓଡ଼ିଶା ଭାସ୍କର): ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ କୋର୍ଟଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ଏହାସହ ସେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ପୁନର୍ବିଚାର ଆବେଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଅଳ୍ପ ସେବାୟତ ଓ ପୋଲିସ ସହାୟତାରେ ରଥଯାତ୍ରା ଆୟୋଜନ ହୋଇପାରିବ ବୋଲି ସେ କହିଛନ୍ତି । ଏହିପରି ହେଲେ ପରମ୍ପରା ରକ୍ଷା ହୋଇପାରିବ ଏବଂ ଜଗନ୍ନାଥପ୍ରେମୀ ବି ଡିଜିଟାଲ ମାଧ୍ୟମରେ ଦର୍ଶନର ସୁଯୋଗ ପାଇପାରିବେ ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । ଚଳିତବର୍ଷ ଜୁନ ୨୩ରେ ହେବାକୁ ଥିବା ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବନାହିଁ । ରଥଯାତ୍ରା ସମ୍ପର୍କିତ ସମସ୍ତ କାର୍ଯ୍ୟକଳାପ ଉପରେ ମଧ୍ୟ ସ୍ଥଗିତାଦେଶ ଲଗାଇଥିଲେ ସୁପ୍ରିମକୋର୍ଟ । କରୋନା ସଙ୍କଟ ବେଳେ ଲୋକ ଏକାଠି ହେବା ଉପରେ ମଧ୍ୟ ରୋକ ଲଗାଯାଇଥିଲା । ଜନସ୍ୱାସ୍ଥ୍ୟ ଓ ନାଗରିକ ସୁରକ୍ଷା ଦୃଷ୍ଟିରୁ ସୁପ୍ରିମକୋର୍ଟ ଏହିପରି ନିଷ୍ପତ୍ତି ନେଇଥିବା ସୂଚନା ରହିଛି ।

Get real time updates directly on you device, subscribe now.