fbpx

OJEE-2024 ୱେବ କାଉନସେଲିଂ ଜୁଲାଇ ୮ରୁ ଆରମ୍ଭ: ଜାରି ହେଲା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁଲାଇ ୮ରୁ ଅର୍ଥାତ ଆସନ୍ତା ସୋମବାର ଦିନ ଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୪ ୱେବ-ବେସଡ୍ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ବି.ଟେକ, ବି.ଆରର୍କ, ବି. ପ୍ଲାନ, ବି.କ୍ୟାଟ, ଇଣ୍ଟ ଏମ.ଏସସି, ଏମବିଏ, ଏମସିଏ, ଏମଏସସି. କମ୍ପ୍ୟୁଟର ସାଇନ୍ସ, ଏମ.ଟେକ, ଏମ.ଆରର୍କ ଓ ଏମ.ପ୍ଲାନ ପ୍ରୋଗ୍ରାମ ପାଇଁ ଏହି କାଉନସେଲିଂ କରାଯିବ । ଏନେଇ ଓଜେଇଇ, ଓଡ଼ିଶା ଅଧ୍ୟକ୍ଷଙ୍କ ତରଫରୁ ଏକ ନୋଟିସ ଜାରି କରି ସୂଚନା ଦିଆଯାଇଛି ।
ଜେଇଇ ମେନ-୨୦୨୪ରେ ଭାଲିଡ୍ ରାଙ୍କ ରଖିଥିବା ପ୍ରାର୍ଥୀମାନେ ଓଜେଇଇ ୱେବସାଇଟକୁ ପରିଦର୍ଶନ କରି ଏ ବାବଦରେ ଅଧିକ ତଥ୍ୟ ଜାଣିପାରିବେ । ଏହି କାଉନସେଲିଂ ପ୍ରକ୍ରିୟା ବାବଦରେ ସବିଶେଷ ସୂଚନା ୱେବସାଇଟରେ ଜାରି କରାଯାଇଛି । ପ୍ରାର୍ଥୀମାନେ https://odishajee.com/https://ojee.nic.in/ ୱେବସାଇଟକୁ ପରିଦର୍ଶନ କରି ସବିଶେଷ ସୂଚନା ଜାଣି ପାରିବେ ।

Get real time updates directly on you device, subscribe now.