fbpx

ସ୍ୱିଜରଲାଣ୍ଡକୁ ହରାଇ EURO ୨୦୨୪ ସେମିଫାଇନାଲରେ ପହଞ୍ଚିଲା ଇଂଲଣ୍ଡ

ନୂଆଦିଲ୍ଲୀ: ୟୁରୋ କପ୍ ଫୁଟବଲ ୨୦୨୪ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ମୁକାବିଲାରେ ସ୍ୱିଜରଲାଣ୍ଡ ଓ ଇଂଲଣ୍ଡ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ସ୍ୱିଜରଲାଣ୍ଡକୁ ହରାଇ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ । ପେନାଲ୍ଟି ଶୁଟଆଉଟରେ ଗତଥରର ଉପବିଜେତା ଇଂଲଣ୍ଡ ୫-୩ରେ ବିଜୟୀ ହୋଇଥିଲା । ନିର୍ଦ୍ଧାରିତ ସମୟ ସୁଦ୍ଧା ମ୍ୟାଚର ସ୍ଥିତି ୧-୧ରେ ବରାବର ରହିଥିଲା । ଫଳରେ ପେନାଲ୍ଟୀର ସହାୟତା ନିଆଯାଇଥିଲା ।

ଗତକାଲି ରାତିରେ ଖେଳାଯାଇଥିବା ଏହି ମ୍ୟାଚ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ମ୍ୟାଚର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା । ଏହାପରେ ଦ୍ୱିତୀୟାର୍ଦ୍ଧରେ ୭୫ତମ ମିନିଟରେ ସ୍ୱିଜରଲାଣ୍ଡ ପକ୍ଷରୁ ବ୍ରିଲ ଏମ୍ବୋଲା ଏକ ଗୋଲ ସ୍କୋର କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ । ତେବେ ଏହାର ମାତ୍ର ୫ ମିନିଟ ପରେ ଇଂଲଣ୍ଡ ତାରକା ଫରୱାର୍ଡ ବୁକାୟୋସାକା ଏକ ଗୋଲ ସ୍କୋର କରି ସ୍ଥିତିକୁ ବରାବର କରିଦେଇଥିଲେ । ମ୍ୟାଚ ୧-୧ରେ ରହିବାରୁ ଶେଷରେ ପେନାଲ୍ଟୀ ଶୁଟ ଆଉଟର ସହାୟତା ନିଆଯାଇଥିଲା । ଏହାପରେ ସ୍ପେନ୍ ଓ ଫ୍ରାନ୍ସ ସେମିରେ ପହଞ୍ଚି ସାରିଛନ୍ତି ।

Get real time updates directly on you device, subscribe now.