fbpx

ଡେଙ୍ଗୁରୁ ବର୍ତ୍ତିବାକୁ ଚାହୁଁଛନ୍ତି କି ? ତେବେ ଖାଆନ୍ତୁ ଏହିସବୁ ଖାଦ୍ୟ

ଡେଙ୍ଗୁର ପ୍ରକୋପ ବଢିଚାଲିଛି । ବିଭିନ୍ନ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା ପାଇଁ ପ୍ରୟାସ ଚାଲିଛି । ଡେଙ୍ଗୁ ଜ୍ୱର ପ୍ରତି ବର୍ଷ ବର୍ଷାଦିନେ ବହୁ ଲୋକଙ୍କୁ ପ୍ରଭାବିତ କରିଥାଏ । ଏପରିକି ପ୍ରାୟ ଲୋକ ମୃତ୍ୟୁବରଣ କରିଥାନ୍ତି । ପ୍ରତିରୋଧ ଶକ୍ତି କମ୍ ଥିବା ଲୋକଙ୍କୁ ହିଁ ଡେଙ୍ଗୁ ପ୍ରଭାବିତ କରିଥାଏ ।

 

ତେଣୁ ଏହି ସମୟରେ ପ୍ରତିଟି ଲୋକ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଉଚିତ୍ । ଚାଲନ୍ତୁ ଜାଣିବା ଏମିତି କିଛି ଖାଦ୍ୟ, ଯାହା ଡେଙ୍ଗୁ ଜ୍ୱରକୁ ପ୍ରତିରୋଧ କରିପାରିବ ।

 

ଖଟା ଫଳ :

 

ଆଣ୍ଟିଅକ୍ସିଡାଣ୍ଟରେ ଭରା ଖଟାଫଳ । ବିଭିନ୍ନ ଖଟା ଫଳ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଭିଟାମିନ୍-ସି ଶ୍ୱେତ ରକ୍ତକଣିକାର ଉତ୍ପାଦନ ବଢ଼ାଇବା ସହ ବିଭିନ୍ନ ରୋଗ ସହ ଲଢ଼ିବାକୁ ଶକ୍ତି ଦେଇଥାଏ ।

 

ପାଳଙ୍ଗ :

 

ଆଇରନ୍ରେ ଭରପୂର ପାଳଙ୍ଗ । ତେଣୁ ଶରୀରରକୁ ଭରପୂର ଆଇରନ୍ ମିଳିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

 

ଅଦା ରସୁଣ :

 

ଅଦା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଗଳା ଦରଜ କମ୍ କରିବା ସହ ଡେଙ୍ଗୁ ଜ୍ୱରର ଲକ୍ଷଣକୁ କମ୍ କରିଥାଏ । ସେହିପରି ରସୁଣ ମଧ୍ୟ ସଂକ୍ରମଣ ସହ ଲଢ଼ିବାରେ ବେଶ୍ ପାରଙ୍ଗମ । ଏଥିରେ ଆଣ୍ଟିଫଙ୍ଗାଲ୍ ଓ ଆଣ୍ଟିବ୍ୟାକ୍ଟେିରଆଲ୍ ଗୁଣ ରହିଛି । ରସୁଣରେ ଥିବା ସଲଫର୍ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ।

 

ଦହି :

 

ଦହି ଏକ ଶକ୍ତିଶାଳୀ ପ୍ରୋବାୟୋଟିକ୍, ଯାହା ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଏ । ତେଣୁ ଇମ୍ୟୁନିଟିକୁ ବଢାଇବା ପାଇଁ ନିୟମିତ ଦିନର ଯେକୌଣସି ସମୟରେ ସତେଜ ଦହି ଖାଇପାରିବେ । ଏହା ହଜମ ପ୍ରକ୍ରିୟାରେ ସୁଧାର ଆଣେ ।

 

ଆଲମଣ୍ଡ :

 

ଏହା ଏକ ସୁସ୍ଥ ବିକଳ୍ପ । ଆଲମଣ୍ଡରେ ଥିବା ଭିଟାମିନ୍-ଇ’ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ଦିନକୁ ମାତ୍ର ୫/୬ଟି ଆଲମଣ୍ଡ ହୃଦୟକୁ ସୁସ୍ଥ ରଖେ ।

 

ହଳଦୀ :

 

ହଳଦୀକୁ ‘ସୁବର୍ଣ୍ଣ ମସଲା’ ବୋଲି ମଧ୍ୟ କୁହାଯାଏ । କାରଣ ଏହା ଔଷଧୀୟ ଗୁଣରେ ଭରା । ଏଥିରେ ଆଣ୍ଟି-ଇନ୍ଫାମେଟୋରୀ ଗୁଣ ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଏ । ହଳଦୀ କେବଳ ମସଲା ଭାବେ ନୁହେଁ, ଏହାକୁ ଅନ୍ୟ ଉପାୟରେ ମଧ୍ୟ ବ୍ୟବହାର କରିପାରିବେ । ଯେପରିକି ହଳଦୀ-କ୍ଷୀର ପିଇପାରିବେ ।

Get real time updates directly on you device, subscribe now.