fbpx

(Video) ରୁଷୀୟ ସାଂସ୍କୃତିକ କଳାକାରମାନଙ୍କୁ ଭେଟିଲେ ପିଏମ ମୋଦୀ, ପଚାରିଲେ- ଗରବା ପାଇଁ କେତେ ପ୍ରାକ୍ଟିସ କରିଛ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେକୌଣସି ଦେଶକୁ ଗଲେ ବି ସେହି ଦେଶର ଲୋକମାନଙ୍କଠାରୁ ଭଲପାଇବା ପାଆନ୍ତି । ପିଏମ ମୋଦୀଙ୍କୁ ଭେଟିବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳେ । ପିଏମ ମୋଦୀ ମଧ୍ୟ ସମସ୍ତଙ୍କ ସହ ଖୁବଶୀଘ୍ର ମିଶିଯାଆନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ରୁଷ ଗସ୍ତରେ ଅଛନ୍ତି । ସେଠାରେ ବି ସେ ଲୋକମାନଙ୍କ ହୃଦୟ ଜିତିଛନ୍ତି । ପିଏମ ମୋଦୀ ରୁଷ ସାଂସ୍କୃତିକ କଳାକାରମାନଙ୍କୁ ଭେଟିଛନ୍ତି ଏବଂ ସମାନଙ୍କ ସଙ୍ଗେ କଥାବାର୍ତ୍ତା ବି ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଗତମ ସମୟରେ ରୁଷୀୟ କଳାକାରମାନେ ଗୁଜରାଟର ଫେମସ ଗରବା ନୃତ୍ୟୁ ପରିବେଷଣ କରିଥିବା ରୁଷୀୟ କଳାକାରମାନଙ୍କ ସହ କଥା ହୋଇଛନ୍ତି । ଏହାରି ମଧ୍ୟରେ ପିଏମ ମୋଦୀ ସେମାନଙ୍କ ସହ ହସ ମଜାକ କରୁଥିବା ବେଳେ କଳାକାରମାନଙ୍କୁ ପଚାରିଛନ୍ତି ଯେ, ଗରବା କରିବା ପାଇଁ କେତେ ପ୍ରାକ୍ଟିସ କରିବାକୁ ପଡିଲା? ଏହାର ଉତ୍ତରରେ ସେମାନେ କହିଛନ୍ତି ଯେ, ସେମାନେ ୬ ମାସ ହେବ ଗରବା ଶିଖୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭେଟି ରୁଷୀୟ ସାଂସ୍କୃତିକ କଳାକାର ବହୁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ରୁଷୀୟ କଳାକାରମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ ଗରବା ନୃତ୍ୟକୁ ପ୍ରଶଂସା ମଧ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ସେଠାରୁ ଗଲାପରେ ସେମାନେ ନିଜର ଖୁସିକୁ ସମ୍ଭାଳିପାରିନଥିଲେ ।

Get real time updates directly on you device, subscribe now.