fbpx

ଆଖି ସଂକ୍ରମଣ ସମସ୍ୟା ଭୋଗୁଛନ୍ତି କି ? ଜାଣନ୍ତୁ କାହିଁକି ହୋଇଥାଏ ଏହି ସମସ୍ୟା

ଓଡିଶା ଭାସ୍କର: ବର୍ଷାଦିନେ ଅନେକ ସମୟରେ ଥଣ୍ଡା, କାଶ ସହ ବିଶେଷ କରି ଆଖି ସଂକ୍ରମଣର ସମସ୍ୟା ହୋଇଥାଏ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ ଏହି ଆଖି ସଂକ୍ରମଣ ରୋଗ ଏତେ ବିପଜ୍ଜନକ ଯେ ଆପଣ ଠିକ୍ ସମୟରେ ଚିକିତ୍ସା ନକରାଇଲେ ଦୃଷ୍ଟି ଶକ୍ତି ମଧ୍ୟ ନଷ୍ଟ ହୋଇପାରେ। ଚକ୍ଷୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ଫଙ୍ଗଲକୁ କର୍ନିୟାଲ୍ ସଂକ୍ରମଣ ବୋଲି କୁହାଯାଏ।

ଏହି ରୋଗ ପ୍ରାୟତ ଛୋଟ ପିଲା ଏବଂ ମାଟିକାମ କରୁଥିବା ଲୋକଙ୍କଠାରେ ବେଶି ଦେଖାଯାଏ । ଏହି ରୋଗ ଦୁଇରୁ ତିନି ଦିନ ମଧ୍ୟରେ ଚିକିତ୍ସା କରା ନ ଯାଏ ତେବେ ସଂକ୍ରମଣ ବଢିଥାଏ । ପରେ ଧୀରେ ଧୀରେ ଦୃଷ୍ଟି ଶକ୍ତି କମିବା ଆରମ୍ଭ ହୋଇଯାଏ ।

ଆଖିରେ ଫଙ୍ଗଲ୍ ସଂକ୍ରମଣ ହେତୁ ରୋଗୀଙ୍କ ଆଖିରେ ଫୁଲିଯାଏ। ଠିକ ସମୟରେ ଚିକିତ୍ସା ନ ହେଲେ ୨-୩ ଦିନ ପରେ ଏହା ଫାଟିଯାଏ ଯେଉଁଥିପାଇଁ ଆଖିର ଢୋଳା ଆଗରେ ଅନ୍ଧାର ଦେଖାଯାଇଥାଏ । ଯାହା ସୁସ୍ଥ ହେବାକୁ ପ୍ରାୟ ୨ ମାସ ସମୟ ଲାଗିଥାଏ ।

କେଉଁମାନଙ୍କୁ ଏହି ସଂକ୍ରମଣ ଅଧିକ ହୋଇଥାଏ-
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯେଉଁମାନେ ମାଟି ସହ ଜଡିତ କାମ କରନ୍ତି। ଉଦାହରଣ ସ୍ୱରୂପ କୃଷକ, ବଗିଚା କାମ ବା କ୍ଷେତରେ କରୁଥିବା କାମ କରୁଥିବା ବ୍ୟକ୍ତିମାନଙ୍କୁ ଏହି ଆଖି ସଂକ୍ରମଣ ଶୀଘ୍ର ବ୍ୟାପିଥାଏ । ଏହା ବ୍ୟତୀତ, ଯେଉଁମାନେ ରୋଗ ପ୍ରତିରୋଧକ ଶକ୍ତି କମ ରହିଥାଏ । ଛୋଟ ପିଲା ଏବଂ ବୃଦ୍ଧମାନଙ୍କଠାରେ ଏହି ରୋଗ ହେବାର ଆଶଙ୍କା ଅଧିକ ରହିଥାଏ ।

ଏହି ସଂକ୍ରମଣର ଲକ୍ଷଣ –
ଆଖି ସଂକ୍ରମଣ ହେତୁ ଆଖି ଲାଲ ହୋଇଯାଏ । ଆଖି ଲାଗିଥାଏ ଏବଂ ଆଖିରୁ ବହୁତ ମଇଳା ବାହାରିଥାଏ । ଆଖି ଜଳିବା ପରି ଅନୁଭବ ହୋଇଥାଏ । ଯଦି ଏପରି ଲକ୍ଷଣ ଦେଖାଯାଏ, ତୁରନ୍ତ ତୁମର ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ସଂକ୍ରମଣରୁ କିପରି ରକ୍ଷା ପାଇବେ-
ଏହା ଏକ ସଂକ୍ରାମକ ରୋଗ। ଏହା ବାୟୁ ମାଧ୍ୟମରେ ବ୍ୟାପିଥାଏ । ଏପରି ପରିସ୍ଥିତିରେ ଯଦି ଆପଣଙ୍କ ଘରେ କାହାରିକୁ ସଂକ୍ରମଣ ହୋଇଥାଏ । ତେବେ ତାଙ୍କ ଆଖିକୁ ଅନାନ୍ତୁ ନାହିଁ । ସଂକ୍ରମଣକାରୀ ରୋଗୀର ଟାୱେଲ ବ୍ୟବହାର କରନ୍ତୁ ନାହିଁ । ଯଥାସମ୍ଭବ କିଛି ଦୂରତା ବଜାୟ ରଖନ୍ତୁ । ବିଶେଷକରି ଚାଷ ସହିତ ଜଡିତ ଲୋକମାନେ ସେମାନଙ୍କ ଆଖିର ବିଶେଷ ଯତ୍ନ ନେବା ଉଚିତ୍ । ସମୋନେ ଦିନକୁ ୬ ରୁ ୭ ଥର ଭଲ ପାଣିରେ ମୁହଁ ଧୋଇବା ଉଚିତ ।

Get real time updates directly on you device, subscribe now.