fbpx

Mumbai Hit and Run Case: ମିହିର ଶାହଙ୍କୁ ରିମାଣ୍ଡରେ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ମୁମ୍ବାଇର ବର୍ଲି ଅଞ୍ଚଳରେ ଏକ ବିଏମଡବ୍ଲୁ କାର ବାଇକରେ ଯାଉଥିବା ଲୋକଙ୍କୁ ଧକ୍କା ଦେଇଥିଲା । ଯେଉଁଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଏହି କାର ଶିବସେନାର ଜଣେ ନେତାଙ୍କ ପୁଅ ମିହିର ଶାହଙ୍କର ଥିଲା । ପୋଲିସ ମିହିର ଶାହାକୁ ଗିରଫ କରିଛି । ମିହିରଙ୍କୁ ଶିବଡୀ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ ତାଙ୍କୁ ବୁଧବାର ଦିନ ୧୬ ଜୁଲାଇ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ପଠାଇଯାଇଛି ।

ପୋଲିସ ଏହି ମାମଲାରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି । ମୁମ୍ବାଇ ପୋଲିସ କହିବାନୁଯାୟୀ, ଏହି ଘଟଣା ଘଟିବା ପରେ ଅଭିଯୁକ୍ତ କାରର ନମ୍ବର ପ୍ଲେଟ କାଢି ଫୋପାଡି ଦେଇଥିଲା । ସେହି ନମ୍ବର ପ୍ଲେଟ କେଉଁଠାରେ ଅଛି ତାକୁ ଖୋଜିବା ଆବଶ୍ୟକ ।

Get real time updates directly on you device, subscribe now.