fbpx

WCL 2024 ଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ସାଧାରଣ ଭାବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଏସୀୟା କମ୍ ଓ ଆଇସିସି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇଥାନ୍ତି । ତେବେ ଏହା ମଧ୍ୟରେ ଆଜି ଫ୍ୟାନ୍ସଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ୱାର୍ଲ୍ଡ ଚାମ୍ପିୟନ୍ସ ଅଫ୍ ଲିଜେଣ୍ଡସ (ଡବ୍ଲ୍ୟୁସିଏଲ) ୨୦୨୪ ଫାଇନାଲରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ କଡ଼ା ଟକ୍କର ହେବ । ଭାରତ ପକ୍ଷରୁ ଯୁବରାଜ ସିଂହ ଓ ପାକିସ୍ତାନ ପକ୍ଷରୁ ୟୁନିସ୍ ଖାନ୍ ନେତୃତ୍ୱ ନେଉଛନ୍ତି ।

ଗତକାଲି ଦୁଇଟି ସେମିଫାଇନାଲରେ ଖେଳାଯାଇଥିଲା । ପ୍ରଥମ ସେମିଫାଇନାଲରେ ୱେଷ୍ଟଇଣ୍ଡିଜକୁ ପାକିସ୍ତାନ ୨୦ ରନରେ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୮୬ ରନରେ ପରାସ୍ତ କରିଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ବିନିମୟରେ ୨୫୪ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା । ଏହି ଲକ୍ଷ୍ୟକୁ ପିଛା କରିନପାରି ଅଷ୍ଟ୍ରେଲିଆ ଶୋଚନୀୟ ଭାବେ ପରାଜୟ ବରଣ କରିଥିଲା ।

ଆଜି ପାକିସ୍ତାନକୁ ହରାଇ ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛନ୍ତି ଯୁବରାଜ । ୫୦ ଓଭର ଫର୍ମାଟରେ ଖେଳାଯାଇଥିବା ଉକ୍ତ ମ୍ୟାଚରେ ଯୁବି ୩୧ ବଲରୁ ୨୨ ରନ୍ ସଂଗ୍ରହ କରିଥିଲେ । ସେଥିପାଇଁ ସେ ନିନ୍ଦିତ ଓ ସମାଲୋଚନାର ଶିକାର ହୋଇଥିଲେ । ତେଣୁ ୭ ବର୍ଷ ୭ ଦିନ ପରେ ପାକିସ୍ତାନ ଠାରୁ ପ୍ରତିଶୋଧ ନେବାର ସୁଯୋଗ ଆସିଛି । ଇଂଲଣ୍ଡ ମାଟିରେ ଡବ୍ଲ୍ୟୁସିଏଲ ୨୦୨୪ ଟ୍ରଫି ବିଜୟ ପାଇଁ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପୁଣି ଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ।

Get real time updates directly on you device, subscribe now.