fbpx

Moonsoon Tips: ବର୍ଷାକୁ ନେଇ ବ୍ୟସ୍ତବିବ୍ରତ ହେଉଛନ୍ତି! ବ୍ୟବହାର କରନ୍ତୁ ଏହି ସ୍ମାର୍ଟ ଗେଜେଟ…

ଓଡିଶା ଭାସ୍କର: ଗରମରୁ ମୁକ୍ତି ପାଇବା ପାଇଁ ସାଧାରଣତଃ ଲୋକେ ବର୍ଷାର ଅପେକ୍ଷା କରନ୍ତି । କିନ୍ତୁ, ବର୍ଷା ଆସିଲେ ସାଙ୍ଗରେ ଗୁଳୁଗଳିକୁ ନେଇ ଆସିଥାଏ । ଫଳରେ ଲୋକେ ଅନେକ ଅସୁବିଧା ସହ ବ୍ୟସ୍ତବିବ୍ରତ ହୋଇ ପଡନ୍ତି । ସେଥିପାଇଁ ସେମାନେ ଏସି ଓ ପଙ୍ଖାର ବ୍ୟବହାର କରନ୍ତି । ସେଥିରେ ବି ସେମାନଙ୍କୁ ଶାନ୍ତି ମିଳେ ନାହିଁ ।

ମଣିଷ ସହ ଗୁଳୁଗୁଳିର ପ୍ରଭାବ ଫର୍ଣ୍ଣିଚର ଉପରେ ମଧ୍ୟ ପଡେ । ନରମତା କାରଣରୁ ତାହା ଖରାପ ହୋଇଯାଏ । ଏଥିରୁ ବଞ୍ଚିବା ପାଇଁ କେତେକ ସ୍ମାର୍ଟ ଗେଜେଟର ବ୍ୟବହାର କରି ପାରିବେ । ହ୍ୟୁମିଡିଟିରୁ ବଞ୍ଚିବା ପାଇଁ ଆପଣ ସ୍ମାର୍ଟ ଡିହ୍ୟୁମିଡିଫାୟରର ବ୍ୟବାହାର କରନ୍ତୁ । ସ୍ମାର୍ଟଫିଚରରେ ତିଆରି ଏହି ଡିଭାଇସ ୱାଇଫାଇ ସହ ସଂଯୋଗ ହୋଇ କାମ କରେ । ଫଳରେ ଘରର ଭିତିରିଆ ବାତାବରଣକୁ ଆପଣ ନିଜ ହିସାବରେ ତିଆରି କରି ପାରିବେ ।

ସ୍ମାର୍ଟ ଡିହ୍ୟୁମିଡିଫାୟର ସହ ଜଣେ ଏୟାର ପ୍ୟୁରିଫାୟରର ମଧ୍ୟ ବ୍ୟବହାର କରିପାରିବ । ଉଭୟ ଡିଭାଇସକୁ ସାଙ୍ଗରେ ବ୍ୟବହାର କରି ଜଣେ ନିଜର ଘରକୁ ଗୁଳୁଗୁଳି ମୁକ୍ତ କରି ପାରିବ । ତାହାସହ ସ୍ମାର୍ଟ ପଙ୍ଖାର ମଧ୍ୟ ବ୍ୟବହାର କଲେ ସଠିକ ରହିବ ଜଣକ ପାଇଁ । ପଳରେ ଅଲଗା ପ୍ରକାରର କୁଲିଂର ଅନୁଭବ ପାଇବେ ଆପଣ । ଏହାବାଦ ସ୍ମାର୍ଟ କ୍ଲାଇଣ୍ଟ ଓ ପରଦାର ମଧ୍ୟ ବ୍ୟବହାର କରି ହେବ । ଯାହା ହ୍ୟୁମିଡିଟିରୁ ଆପଣଙ୍କୁ ରକ୍ଷା କରିବ । ନିଜ ମନମୁତାବକ ଜଣେ ଏହାକୁ ବ୍ୟବହାର କରିପାରିବ ।

Get real time updates directly on you device, subscribe now.