fbpx

‘ପରମ ସୁନ୍ଦରୀ’ ଆସିଥିଲେ ରାଧିକା- ଅନନ୍ତଙ୍କ ବାହାଘରକୁ, ଦେଖିକି ପୁରା ବଲିଉଡ ଭୁଲିଯିବେ….

ଓଡିଶା ଭାସ୍କର: ଦେଶବିଦେଶରୁ ଅନେକ ଲୋକପ୍ରିୟ ତଥା ପ୍ରସିଦ୍ଧ ବ୍ୟକ୍ତିତ୍ୱ ରାଧିକା ମର୍ଚ୍ଚେଣ୍ଟ ଓ ଅନନ୍ତ ଅମ୍ବାନୀଙ୍କ ବିବାହକୁ ଆସିଥିଲେ । ବଲିଡଡ ସମେତ କ୍ରୀଡା, ବ୍ୟବସାୟ ତଥା ରାଜନୀତିରେ ଜଡିତ ବହୁ ବ୍ୟକ୍ତି ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେବାକୁ ‘ଏଣ୍ଟିଲିଆ’ ଓ ‘ଜିଓ ସେଣ୍ଟର’ରେ ଯୋଗ ଦେଇଥିଲେ । ଅନେକ ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟରେ ସମସ୍ତଙ୍କୁ ଆକର୍ଷିତ କରୁଥିଲେ । କିଏ ହଟ ଲାଗୁଥିଲା ତ ପୁଣି କେହି ସେକ୍ସି ସେକ୍ସି ।

ରାଧିକା- ଅନନ୍ତଙ୍କ ଏହି ବିବାହରେ ଜଣେ ଅଭିନେତ୍ରୀ ତ ପୁରା ହଇଚଇ ସୃଷ୍ଟି କରିଥିଲେ । ସମସ୍ତଙ୍କଠୁ ତମନ୍ନା କିନ୍ତୁ ପୁରା ଅଲଗା ଲାଗୁଥିଲେ । ଲାଗୁଥିଲା ସ୍ୱର୍ଗର ମେନକା ଓ ଊର୍ବଶୀ ବି ତାଙ୍କ ତଳେ ପଡିଯିବେ । ତମନ୍ନାଙ୍କ ଯେଉଁ ଫଟୋ ଅନନ୍ତ-ରାଧିକାଙ୍କ ବିବାହରେ ଆସିଛି ତାକୁ ଲୋକେ ବାରମ୍ବାର ଦେଖୁଛନ୍ତି । ମୁହଁ ଫେରାଇ ପାରୁ ନାହାନ୍ତି । ଯେଉଁଥିରେ ତମନ୍ନା ଖୁବ ସୁନ୍ଦର ଲାଗୁଛନ୍ତି । ଫ୍ୟାନ୍ସ ମଧ୍ୟ ତାଙ୍କର ପ୍ରଶଂସା କରୁଛନ୍ତି । ଫଟୋଗ୍ରାଫରଙ୍କ ପାଇଁ ମଧ୍ୟ ତମନ୍ନା ଅନେକ ସମୟଧରି ପୋଜ ଦେଇଥିଲେ । ସେ କେତେବେଳେ ନିଜର ପତଲି କମର ରେ ହାତ ରଖି ଫଟୋ ଉଠାଉଥିଲେ ତ ପୁଣି କେତେବେଳେ ପୈପାରଜୀଙ୍କୁ ଦେଖିକି ।

ତମନ୍ନା ବ୍ଲାକ କଲର ଡ୍ରେସରେ ପରୀ ଭଳି ଲାଗୁଥିଲେ । ଯେଉଁଥିରେ ସୁନାରଙ୍ଗର ମିଶ୍ରଣ ମଧ୍ୟ ରହିଥିଲା । ଫଟୋ ଉଠାଇବା ସମୟରେ ତାଙ୍କ ହସରେ ପରିବେଶ ହସି ଉଠିଲା ଭଳି ଲାଗୁଥିଲା । ଏହାବାଦ ସେ ଗୋଲ୍ଡେନ ଜ୍ୱେଲେରୀ ପିନ୍ଧି ପୁରା ମାହୋଲ ତିଆରି କରିଥିଲେ । ଯିଏ ବି ତାଙ୍କୁ ଦେଖୁଥିଲା କହୁଥିଲା, ‘ବିବାହକୁ ପରମ ସୁନ୍ଦରୀ ଆସିଛନ୍ତି’ ।

Get real time updates directly on you device, subscribe now.