fbpx

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଅଭିମୁଖେ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ

ପୁରୀ, ୨୨ା୬(ଓଡ଼ିଶା ଭାସ୍କର): ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଓ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଯାଉଥିବା ସୂଚନା ରହିଛି । ସେମାନେ ପୁରୀରେ ରହି ସମ୍ପୂର୍ଣ୍ଣ ସ୍ଥିତିର ସମୀକ୍ଷା କରିବେ ।

ଅନ୍ୟପଟେ ଆଜି ସନ୍ଧ୍ୟାରେ ପୁରୀରେ ରଥଯାତ୍ରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ପରିଚାଳନା କମିଟି ଓ ଛତିଶା ନିଯୋଗ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ । କୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ପରବର୍ତ୍ତୀ ପଦକ୍ଷେପ ନେଇ ଆଲୋଚନା ହେବ ।

ସେହିପରି ଅପରାହ୍ନ ସାଢ଼େ ୨ଟାରେ ରଥଯାତ୍ରା ପୁନର୍ବିଚାର ଆବେଦନର ଶୁଣାଣି ହେବ । ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େଙ୍କ ଅଧ୍ୟକ୍ଷତାରେ ୩ଜଣିଆ ଖଣ୍ଡପୀଠରେ ଭିଡ଼ିଓ କନଫରେନ୍ସ ଜରିଆରେ ଶୁଣାଣି ହେବ । ସେହି ଖଣ୍ଡପୀଠରେ ଜଷ୍ଟିସ ବୋପାନ୍ନା ଓ ଜଷ୍ଟିସ ମାହେଶ୍ୱରୀ ଅଛନ୍ତି । ଗତ ୧୮ତାରିଖ ଦିନ ରଥଯାତ୍ରା ବନ୍ଦ ପାଇଁ ରାୟ ଶୁଣାଯାଇଥିଲା ।

Get real time updates directly on you device, subscribe now.