fbpx

କ୍ରାଉଡଷ୍ଟ୍ରାଇକ ଜାରି କଲା ମାଇକ୍ରୋସଫ୍ଟ ୱିଣ୍ଡୋଜ ଆଉଟରେଜ ପଛର ବିବରଣୀ

ଓଡିଶା ଭାସ୍କର: ମାଇକ୍ରୋସଫ୍ଟ ଆଉଟରେଜ ସାରା ବିଶ୍ୱର ପରିବହନ, ବିତ୍ତ ତଥା ଚିକିତ୍ସା ବ୍ୟବସ୍ଥାକୁ ଦୋହଲାଇ ଦେଇଛି । ଏହାକୁ ନେଇ ସିରୋଡଷ୍ଟ୍ରାଇକ ଖୁଲାସା କରିଛି ଯେ, ମାଇକ୍ରୋସଫ୍ଟର ୱିଣ୍ଡୋଜ ସେଂସର କନ୍‌ଫିଗରେଶନ ଅପଡେଟରେ ଗଡବଡ ହୋଇଥିଲା । ଫଳରେ ତାହାକୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଲା । ଏହାବାଦ ସମ୍ଭବତଃ ଏହି ଆଉଟରେଜକୁ ଇତିହାସର ସବୁଠୁ ବଡ ଆଉଟରେଜର ଆଖ୍ୟା ଦିଆଯାଇପାରେ ।

ଗତକାଲି ଆଇଟି ଆଉଟରେଜ ସେହି ସମୟରେ ଆରମ୍ଭ ହେଲା ଯେତେବେଳେ କ୍ରାଉଟଷ୍ଟ୍ରାଇକ ସଫ୍ଟୱେର ଅପଡେଟ ଲୋଜିକ ଏରରକୁ ଟ୍ରିଗର କରିଥିଲା । ଫଳରେ ସିଷ୍ଟମ କ୍ରେଶ ହୋଇଯାଇଥିଲା ଓ “ବ୍ଲୁ ସ୍କ୍ରିନ ଅଫ ଡେଥ” କାରଣରୁ ଅନେକ ଲୋକଙ୍କ ଡିଭାଇସ ପ୍ରଭାବିତ ହୋଇଥିଲା ।

କ୍ରାଉଡଷ୍ଟ୍ରାଇକ ନିଜର ଆଉଟରେଜ ଜ୍ଞାନକୌଶଳ ବିବରଣୀକୁକଭର କରି ଏକ ବିଜ୍ଞପ୍ତିରେ ଜଣାଇଛି ଯେ, ଲଜିକ ତ୍ରୁଟିକୁ ଠିକ କରାଯାଇଛି ଓ ଦୁନିଆଭର ସିଷ୍ଟମ ସାମାନ୍ୟ ହେବାରେ ଲାଗିଛି । ପ୍ରଭାବିତ ହୋଇଥିବା ଉପଭୋକ୍ତାଙ୍କ ମଧ୍ୟରେ ଅନେକ ଗ୍ରାହକ ଥିଲେ । ଯେଉଁମାନେ ୱିଣ୍ଡୋଜ ସଂସ୍କରଣର ୭.୧୧ ବ୍ୟବହାର କରୁଥିଲେ । ତାପରେ ସେମାନେ ତାହାର ପରବର୍ତ୍ତୀ ସଂସ୍କରଣ ଫାଲ୍କନ ସେନସର ଚଲାଉଥିଲେ । ସେମାନେ ଗତକାଲି କିଛି ସମୟ ପାଇଁ ଅନଲାଇନ ଥିଲେ ।

କ୍ରାଉଟଷ୍ଟ୍ରାଇକ କହିଛି ଯେ ସେନସର କଁନଫିଗରେଶନ ଅପଡେଟ ଫାଲକନ ଫ୍ଲେଟଫର୍ମର ସୁରକ୍ଷା ତନ୍ତ୍ରର ଏକ ସତତ ଅଂଶ ଅଟେ । ମାଇକ୍ରୋସଫ୍ଟ ମଧ୍ୟ ପୂର୍ବରୁ କହିଥିଲା ଯେ, କ୍ରାଉଟଷ୍ଟ୍ରାଇକ ଫାଲ୍କନ ଏଜେଣ୍ଟ ଚଲାଉଥିବା ୱିଣ୍ଡୋଜ କ୍ଲାଇଣ୍ଟ ଓ ୱିଣ୍ଡୋଜ ସର୍ଭର ଚଲାଉଥିବା ଲୋକେ ଭର୍ଚୁଆଲ ମେସିନ ବଗ ତଦାରଖ କରିବା ଭଳି ସମସ୍ୟା ଦେଇ ଗତି କରି ପାରନ୍ତି ।

Get real time updates directly on you device, subscribe now.