Middle Class- କମ୍ ରୋଜଗାର ପରିବାରକୁ ବଡ଼ ଉପହାର: ରେଳମନ୍ତ୍ରୀ ଦେଲେ ବଡ଼ ଖୁସି ଖବର

ନୂଆଦିଲ୍ଲୀ: ମଧ୍ୟବିତ୍ତ- କମ୍ ରୋଜଗାର ଲୋକଙ୍କ ପାଇଁ ଏକ ବଡ଼ ଉପହାର ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ୩.୦ର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ମଧ୍ୟବିତ୍ତ ପରିବାର ଏବଂ କମ୍ ଆୟ ଥିବା ପରିବାରକୁ ଫୋକସ୍ କରାଯାଇଛି । ତେବେ ବଜେଟରେ ରେଲୱେକୁ ନେଇ ବଡ଼ ଘୋଷଣା ଆଶା କରାଯାଉଥିବା ବେଳେ ଅର୍ତମନ୍ତ୍ରୀ ଏ ନେଇ କୌଣସି ଘୋଷଣା କରିନାହାନ୍ତି । ତେବେ ବଜେଟ ଉପସ୍ଥାପନା ପରେ ଏକ ବଡ଼ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଲୱେ ବର୍ତ୍ତମାନ ୨.୫ ହଜାର ନନ୍-ଏସି କୋଚ୍ ପ୍ରସ୍ତୁତ କରୁଥିବା ସୂଚନା ଦେଇଛନ୍ତି ରେଳମନ୍ତ୍ରୀ । ଏହାଦ୍ୱାରା ମଧ୍ୟବିତ୍ତ ଏବଂ କମ୍ ଆୟ ଯାତ୍ରୀମାନଙ୍କ ପାଇଁ ଯାତାୟତ ଖର୍ଚ୍ଚ କମ୍ ହୋଇପାରିବ ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ୨୦୧୪ ମସିହାରୁ ରେଲୱେ ପାଇଁ ପୁଞ୍ଜିଗତ ବ୍ୟୟରେ ନିବେଶ ପ୍ରାୟ ୩୫,୦୦୦ କୋଟି ଟଙ୍କା ରହିଥିଲା । ବର୍ତ୍ତମାନ ଏହା ବୃଦ୍ଧି ପାଇ ୨.୬୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଏହା ରେଲୱେ ପାଇଁ ରେକର୍ଡ ପୁଞ୍ଜିଗତ ବ୍ୟୟ ଭାବରେ ରେକର୍ଡ କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ଏବଂ ଅର୍ତମନ୍ତ୍ରୀଙ୍କ କୃତଜ୍ଞତା ଜଣାଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ଯେ, ୨୦୧୪ ମସିହା ପୂର୍ବରୁ ୬୦ ର୍ବେ ପର୍ଯ୍ୟନ୍ତ ଧାରଣାର କ୍ଷମତା ଜାଣିବା ବିନା ନୂଆ ରେଳଗାଡ଼ି ଘୋଷଣା ହେଉଥିଲା । ତେବେ ଗତ ୧୦ ବର୍ଷରେ ଏହା ଉରେ ବେଶ୍ ଦୃଷ୍ଟି ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ରେଲୱେ ଗତ କିଛି ବର୍ଷରେ ବନ୍ଦେ ଭାରତ ଟ୍ରେନ ଉପରେ ଖୁବ ଫୋକସ କରିଛି । ତେବେ ଏ ନେଇ ରେଳମନ୍ତ୍ରୀ କହିଛନ୍ତି ଯେ, ଦୋରେ ଅନେକ ମଧ୍ୟବିତ୍ତ ତଥା କମ୍ ଆୟ ଥିବା ଲୋକ ରହିଛନ୍ତି । ଟ୍ରେନରେ ଏସି ଏବଂ ନନ୍ ଏସିର ଅନୁପାତ୧/୩ ଏବଂ ୨/୩ ରହିବା ଉଚିତ୍ । ତେବେ ଏହି ଅନୁପାତକୁ ଜାରି ରଖି ନନ୍-ଏସି କୋଚ ସଂଖ୍ୟାରେ ବୃଦ୍ଧି କରାଯାଇଛି । ଏଥିପାଇଁ ଏକ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି । ଏଥିପାଇଁ ୨୫୦୦ ନନ୍ ଏସି ଏବଂ ଆଗାମୀ ୩ ବର୍ଷରେ ନିୟମିତ ଉତ୍ପାଦନ ବ୍ୟତୀତ ୧୦୦୦୦ ଅତିରିକ୍ତ ନନ୍ ଏସି କୋଚ୍ ପ୍ରସ୍ତୁତ କରାଯିବ ।