ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଶ୍ରାବଣ ମାସ ଏବଂ ଶିବ ଭକ୍ତଙ୍କ କାଉଡ଼ି ଯାତ୍ରା । ହଜାର ହଜାର ଯୁବକ ପାଣି ଭାର ନେଇ ଯାଉଛନ୍ତି । ଅନେକ ଲୋକ କାଉଡ଼ିଆମାନଙ୍କ ରହଣି ପାଇଁ ବ୍ୟବସ୍ଥା କରିଛନ୍ତି । ହୋଟେଲ, ଢାବା, ରେଷ୍ଟୁରାଣ୍ଟ ଓ ଦୋକାନରେ ମଧ୍ୟ କାନଓ୍ଵାଡ଼ିଆଙ୍କ ଖାଇବା ଓ ରହିବାର ବ୍ୟବସ୍ଥା କରାଯାଇଛି । ସ୍ୱଇଛାରେ ଅନେକ ଲୋକ କାଉଡ଼ିଆଙ୍କ ସେବା କରିଥାନ୍ତି । ପ୍ରତିବର୍ଷ ଶ୍ରାବଣ ମାସରେ ଏପରି ହୋଇଥାଏ, ଏବଂ ପ୍ରତିବର୍ଷ ସେମାନଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସେ । ଅନେକ ଭିଡିଓ ଭାଇରାଲ ହୁଏ । ଚଳିତ ବର୍ଷ ମଧ୍ୟ ଏକ ଭିଡିଓ ଭାଇରାଲ ହେଉଛି ।
ଯେଉଁଥିରେ ଜଣେ ବ୍ୟକ୍ତି କୌଣସି କାରଣକୁ ନେଇ ଭଗବାନ ଶିବ ଶଙ୍କରଙ୍କୁ ଅସଭ୍ୟ ଭାଷାରେ ଗଳି କରୁଛି । ସେଠାରେ ଉପସ୍ଥିତ କାଉଡ଼ିଆ ଭକ୍ତ ମାନେ ଏଥିରେ ରାଗିଯାଉଛନ୍ତି । ଏବଂ ସମସ୍ତେ ମିଶି ଗାଳି କରୁଥିବା ବ୍ୟକ୍ତିଙ୍କୁ ମାଡ଼ ମାରୁଛନ୍ତି । ଅଇନ ଦୃଷ୍ଟିରୁ ଯଦିଓ ଏହା ଦଣ୍ଡନୀୟ ଅପରାଧ, ତଥାପି ସେମାନେ ଏପରି କରିଛନ୍ତି । କିଛି ଲୋକଙ୍କ କହିବା ଅନୁସାରେ ଯେତେବେଳେ ଆମ ଭୋଲା ବାବାଙ୍କୁ ଏପରି କେହି କହିବ ଆମେ ସହିବୁ କିପରି । ସେଥିପାଇଁ ଏପରି କରିଛନ୍ତି । ତେବେ ଏହି ଭିଡିଓଟି କେଉଁଠିକାର ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।
इस आदमी के साथ इसकी पत्नी थी, एक दंगाई कांवड़िए ने उसपर टोंट किया, ये आदमी गुस्से में आया, लेकिन तभी दंगाइयों के झुंड ने इसे घेर लिया, वीडियो अधूरी है, इस आदमी को लाठियों से बहुत पीटा गया है।।
ये धर्म तो कतई नहीं है।। pic.twitter.com/tBQ2O6nU6B— Inderjeet Barak🌾 (@inderjeetbarak) July 25, 2024