୪ ଦିନର ହ୍ରାସ ପରେ ବଢିଲା ଷ୍ଟକ ବଜାର; IT ସେୟାର ଯୋଗୁଁ ସେନ୍ସେକ୍ସ ୧୨୦୦ ପଏଣ୍ଟ ବୃଦ୍ଧି

ମୁମ୍ୱାଇ: ୪ ଦିନର ହ୍ରାସ ପରେ ଭାରତୀୟ ଷ୍ଟକ ବଜାରରେ ସପ୍ତାହର ଶେଷ କାରବାର ଅଧିବେଶନରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି । ବିଏସଇ ସେନ୍ସେକ୍ସ ୧୨୦୦ ପଏଣ୍ଟ ବୃଦ୍ଧି ସହ କାରବାର କରୁଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟିରେ ୪୦୦ ପଏଣ୍ଟ ବୃଦ୍ଧି ଦେଖିବାକୁ ମିଳିଛି । ଭାରତୀୟ ଷ୍ଟକ ବଜାରରେ ଆଇଟି କ୍ଷେତ୍ରର ଷ୍ଟକଗୁଡ଼ିକରେ ଜୋରଦାର କ୍ରୟ ଯୋଗୁଁ ଏହି ବୃଦ୍ଧି ଘଟିଛି ।

ଶକ୍ତି କ୍ଷେତ୍ରର ଷ୍ଟକଗୁଡ଼ିକରେ ମଧ୍ୟ ପ୍ରବଳ କ୍ରୟ ଦେଖିବାକୁ ମିଳୁଛି । ମିଡ୍କ୍ୟାପ୍ ଷ୍ଟକଗୁଡ଼ିକ ମଧ୍ୟ ଉଜ୍ଜ୍ୱଳ ଦେଖାଯାଉଥିବା ବେଳେ ନିଫ୍ଟି ମିଡ୍କ୍ୟାପ୍ ସୂଚକାଙ୍କ ୧୦ ପଏଣ୍ଟରୁ ଅଧିକ ବୃଦ୍ଧି ସହ କାରବାର କରୁଛି । ସେନ୍ସେକ୍ସ ୧୧୮୪ ପଏଣ୍ଟ ବୃଦ୍ଧି ସହ ୮୧,୨୨୭ ପଏଣ୍ଟରେ କାରବାର କରୁଥିବା ବେଳେ ନିଫ୍ଟି ୩୯୦ ପଏଣ୍ଟ ବୃଦ୍ଧି ସହ ୨୪୮୦୧ ପଏଣ୍ଟରେ କାରବାର କରୁଛି ।