fbpx

ବଦଳିଲେ ଏହି ସବୁ ରାଜ୍ୟର ରାଜ୍ୟପାଳ, ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ ସମେତ ଏହି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି । ଛତିଶଗଡ଼ ରାଜ୍ୟପାଳ ହେଲେ ରମେନ ଡେକା । ବିଶ୍ୱଭୂଷଣ ହରିଚନ୍ଦନଙ୍କ ସ୍ଥାନରେ ରମେନ ଡେକାଙ୍କୁ ନିଯୁକ୍ତି ଦିଆଯାଇଛି । ରାଜସ୍ଥାନ ରାଜ୍ୟପାଳ ହେଲେ ହରିଭାଓ କିଷନରାଓ ବାଗଡେ । ଜିଷ୍ଣୁଦେବ ବର୍ମା ତେଲେଙ୍ଗାନା ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି ।

ସେହିପରି ଓମ୍ ପ୍ରକାଶ ମାଥୁର ସିକ୍କିମ୍ ରାଜ୍ୟପାଳ, ଲକ୍ଷ୍ମଣ ପ୍ରସାଦା ଆଚାର୍ଯ୍ୟ ଆସାମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ସେ ମଣିପୁରର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ । ସନ୍ତୋଷ ଗଙ୍ଗୱାର ଝାଡ଼ଖଣ୍ଡ ରାଜ୍ୟପାଳ, ସିଏଚ୍ ବିଜୟଶଙ୍କର ମେଘାଳୟର ନୂଆ ରାଜ୍ୟପାଳ, ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ସିପି ରାଧାକୃଷ୍ଣନ ମହାରାଷ୍ଟ୍ର ରାଜ୍ୟପାଳ ଓ ଗୁଲାବ ଚାନ୍ଦ କଟାରିଆ ପଞ୍ଜାବର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ ଭାବେ ମଧ୍ୟ ନିଯୁକ୍ତ ହୋଇଛନ୍ତି ।

Get real time updates directly on you device, subscribe now.