fbpx

ଅମ୍ବାନୀ ଏବଂ ଅଦାନୀଙ୍କୁ ପଛରେ ପକାଇଲା ଟାଟା ଗ୍ରୁପ, ଏପର୍ଯ୍ୟନ୍ତ ଏହି ସଂଖ୍ୟାକୁ କେହି ପାରିନାହାନ୍ତି ଛୁଇଁ

ନୂଆଦିଲ୍ଲୀ: ଦେଶର ସବୁଠାରୁ ପୁରୁଣା ଏବଂ ପ୍ରତିଷ୍ଠିତ ବ୍ୟବସାୟୀ ଗ୍ରୁପରେ ସାମିଲ ଟାଟା ଗ୍ରୁପ ଏକ ଏପରି କୀର୍ତ୍ତି ହାସଲ କରିଛି, ଯାହା ଏପର୍ଯ୍ୟନ୍ତ ଦେଶର ପ୍ରତି ବିଜନେସ ଗ୍ରୁପର ସ୍ୱପ୍ନ । ଲୁଣଠାରୁ ସପ୍ଟୱେୟାର ପର୍ଯ୍ୟନ୍ତ ତିଆରି କରୁଥିବା ଟାଟା ଗ୍ରୁପ ଶୁକ୍ରବାର ଦିନ ୪୦୦ ଆରବ ଡଲାରର ମାର୍କେଟ କ୍ୟାପ ହାସଲ କରିଛି । ସେ ଏହି ଆକଳନକୁ ଛୁଇଁବା ଭାରତର ପ୍ରଥମ ବ୍ୟବସାୟୀ ଗୋଷ୍ଠୀ ହୋଇପାରିଛି । ଦେଶର ସବୁଠାରୁ ଧନୀ ବ୍ୟବସାୟୀ ଅଦାନୀ ଗ୍ରୁପ ଏବଂ ଅମ୍ବାନୀ ଗ୍ରୁପ ଏହାକୁ ଛୁଇଁପାରିନାହାନ୍ତି ।

ମୁକେଶ ଅମ୍ବାନୀଙ୍କ ନେତୃତ୍ୱଧୀନ ରିଲାଏନ୍ସ ଗ୍ରୁପ ୨୭୭ ବିଲିୟନ ଡଲାରର ମାର୍କେଟ କ୍ୟାପ ସହ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ୨୦୬ ବିଲିୟନ ଡଲାରର ମୂଲ୍ୟଙ୍କନ ସହ ଅଦାନୀ ଗ୍ରୁପ ତୃତୀୟ ସ୍ଥାନରେ ଅଛି । ଭାରତର ଏହି ତିନୋଟି ବଡ଼ ବ୍ୟବସାୟୀ ଗ୍ରୁପର ମାର୍କେଟ କ୍ୟାପ ୮୮୪ ବିଲିୟନ ଡଲାର । ଟାଟା ଗ୍ରୁପର ୨୬ ଲିଷ୍ଟେଡ କମ୍ପାନୀମାନ ଗତ ଏକ ବର୍ଷରେ ଭଲ ପ୍ରଦର୍ଶନ କରି ୧୦୦ ବିଲିୟନ ଡଲାରର କମାର୍କେଟ କ୍ୟାପ ବଢାଇଛି । ଜୁନଠାରୁ ନେଇ ଏପର୍ଯ୍ୟନ୍ତ ଟାଟା ଗ୍ରୁପର ମାର୍କେଟ କ୍ୟାପ ୧୫.୪ ପ୍ରତିଶତ ବଢିଯାଇଛି । ଶୁକ୍ରବାର ଦିନ ମାର୍କେଟ ବନ୍ଦ ହେବାରୁ ଏହା ପାଖାପାଖି ୪୦୧ ବିଲିୟନ ଡଲାର ହୋଇଯାଇଛି । ବିଶ୍ୱର ଆର୍ଥିକ ମନ୍ଥରତା ସତ୍ତ୍ୱେ ଟାଟା ଗ୍ରୁପ ଏହାର ଉତ୍କୃଷ୍ଟ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

 

Get real time updates directly on you device, subscribe now.