fbpx

ହୀରାକୁଦରେ ବଢୁଛି ବନ୍ୟା ପାଣି: ନିଷ୍କାସନ ପାଇଁ ପୁଣି ଡ୍ୟାମରେ ଆଉ ୬ଟି ଗେଟ୍ ଖୋଲିଲା

ହୀରାକୁଦ: ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମରେ ବୃଦ୍ଧି ପାଇଛି ଜଳସ୍ତର । ତେଣୁ ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲି ଏହାକୁ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲାଯାଇଛି । ଏବେ ସୁଦ୍ଧା ମୋଟ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ତେବେ ବାମ ପାଶ୍ୱର୍ରୁ ୧୪ଟି ଗେଟ୍ ଖୋଲା ହୋଇଥିବା ବେଳେ ଡାହାଣ ପାଖରୁ ୬ଟି ଗେଟ୍ ଖୋଲାଯାଇଛି । ହୀରାକୁଦ ଜଳଭଣ୍ଡାରରେ ବନ୍ୟା ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ଗୋଟି ଗୋଟି କରି ଖୋଲୁଛି ଡ୍ୟାମର ଗେଟ୍ । ବର୍ତ୍ତମାନ ସୁଦ୍ଧା ମୋଟ ୨୦ଟି ଗେଟ୍ ଖୋଲାଯାଇଛି ।

Get real time updates directly on you device, subscribe now.