fbpx

SAIL ପକ୍ଷରୁ ନିଯୁକ୍ତି: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ୪୦୦ ପଦ ପୂରଣ ହେବ, ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ (ସେଲ), ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ୪୦୦ ପଦ ପୂରଣ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୧୦ ଅନଲାଇନ୍ ଆବେଦନର ଅନ୍ତିମ ତାରିଖ ରହିଛି । ପ୍ରାର୍ଥୀଙ୍କୁ ଟ୍ରେଡ ଆପ୍ରେଣ୍ଟିସ, ଟେକ୍ନିସିଆନ ଆପ୍ରେଣ୍ଟିସ ଓ ଗ୍ରାଜୁଏଟ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରାସଙ୍ଗିକ ବିଭାଗରେ ଆଇଟିଆଇ, ଡିପ୍ଲୋମା, ବି.ଟେକ ରହିଥିବା ଆବଶ୍ୟକ ।

ଟ୍ରେଡ ଆପ୍ରେଣ୍ଟିସରେ ୨୧୩ଟି ପଦ, ଟେକ୍ନିସିଆନ ଆପ୍ରେଣ୍ଟିସରେ ୧୩୬ଟି ପଦ ଓ ଗ୍ରାଜୁଏଟ ଆପ୍ରେଣ୍ଟିସରେ ୫୧ଟି ପଦ ଖାଲି ରହିଛି । ଚଳିତ ବର୍ଷ ଅଗଷ୍ଟ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୨୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ଆପ୍ରେଣ୍ଟିସ ଆକ୍ଟ, ୧୯୬୧, ଆପ୍ରେଣ୍ଟିଶିପ ରୁଲ୍ସ ୧୯୯୨ ଅନୁସାରେ ପ୍ରାର୍ଥୀମାନେ ମାସିକ ଷ୍ଟାଇପେଣ୍ଡ ପାଇବାକୁ ଯୋଗ୍ୟ ହେବେ ।

ଅନଲାଇନ୍ ଆବେଦନ ଲିଙ୍କ: https://portal.mhrdnats.gov.in/boat/login/user_login.action

Get real time updates directly on you device, subscribe now.