fbpx

ମନୁ ଦେଲେ ଭାରତକୁ ପ୍ରଥମ ପଦକ, ସୁଟିଂରେ ଜିତିଲେ କାଂସ୍ୟ, ଅଲମ୍ପିକ୍ସରେ ପଦକ ଜିତିବାରେ ପ୍ରଥମ ମହିଳା ସୁଟର, ଏବେ ଅର୍ଜୁନଙ୍କଠୁ ବଡ ଆଶା

ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ଆଜି ତାହାର ବହୁପ୍ରତୀକ୍ଷିତ ପ୍ରଥମ ପଦକ ମିଳିଛି । ଷ୍ଟାର ମହିଳା ସୁଟର ମନୁ ଭାକରଙ୍କଠୁ ଭାରତ ସ୍ୱର୍ଣ୍ଣପଦକର ଆଶା ରଖିଥିଲା । ମାତ୍ର ଟିମ୍ ଇଣ୍ଡିଆର ଏହି ସୁଟର ଏବେ ତୃତୀୟ ସ୍ଥାନରେ ରହିକି ଫାଇନାଲରେ କାଂସ୍ୟ ପଦକ କରାୟତ୍ତ କରିଛନ୍ତି । ଏହି କାରନାମା କରି ସେ ଇତିହାସ ରଚିଛନ୍ତି । ମନୁ ଭାରତ ପାଇଁ ଅଲମ୍ପିକ୍ସରେ ପଦକ ଜିତିବାରେ ପ୍ରଥମ ମହିଳା ସୁଟର ଅଟନ୍ତି ।

ସେହିଭଳି ପ୍ୟାରିସ ଅଲମ୍ପିକ୍ସରେ ପୁରୁଷ ସୁଟିଂ ବିଭାଗରେ ଅର୍ଜୁନଙ୍କଠୁ ବି ଭାରତ ବଡ ଆଶା ବାନ୍ଧିଛି । ସେ ୧୦ ମିଟର ପୁରୁଷ ଏୟାର ରାଇଫଲ ଏକକ ବିଭାଗରେ ଦମଦାର ପ୍ରଦର୍ଶନ କରିଛନ୍ତି । ସେପଟେ ଭାରତର ଟେବୁଲ ଟେନିସ ଲିଜେଣ୍ଡ ଶରତ କମଲ ନିଜର ମୁକାବିଲା ଖେଳୁଛନ୍ତି ଡେନି କୋଜୁଲଙ୍କ ସହ । ଏହାବାଦ ଭାରତୀୟ ଅନ୍ୟ ଟେବୁଲ ଟେନିସ ଖେଳାଳି ଶ୍ରୀୟା ଅକୁଲା ମଧ୍ୟ ନିଜର ବିଜୟରୁ ଅଲମ୍ପିକ୍ସ

Get real time updates directly on you device, subscribe now.