fbpx

Video; ଭାରତ-ପାକିସ୍ତାନ ସୀମାରେ ମୁହାଁମୁହିଁ ହେଲେ ଦୁଇ ହରିଣ, ହାର ମାନିଲା ପାକିସ୍ତାନୀ ହରିଣ

ନୂଆଦିଲ୍ଲୀ: ଯେତେବେଳେ ଭାରତ ପାକିସ୍ତାନ କଥା ଆସେ, ଯାହା ବି ହେଉ ନା କାହିଁକି, ଜାଣିବାକୁ ଉତ୍କଣ୍ଠା ହୋଇଯାଏ । ପାକିସ୍ତାନ ସୀମାରେ ଭାରତ, ଦୁଇ ଦେଶର ସୈନିକମାନେ ପରସ୍ପର ଆମ୍ନାସାମ୍ନା କରୁଥିବା ଦେଖିଥିବେ, କିନ୍ତୁ ଏଥର ଭାରତ ପାକିସ୍ତାନର କୌଣସି ସୈନ୍ୟ ମଧ୍ୟରେ ନୁହେଁ ବରଂ ଦୁଇଟି ହରିଣ ମଧ୍ୟରେ ହୋଇଛି । ଭାରତ ପାକିସ୍ତାନ ସୀମାରୁ ଆସିଛି ଏକ ନିଆରା ଭିଡିଓ । ଜଣେ ବିଏସଏଫ ଯବାନ ଏହାକୁ ରେକର୍ଡ କରିଛନ୍ତି ବୋଲି ଦାବି କରି ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଭାରତ ଓ ପାକିସ୍ତାନ ପରସ୍ପର ସହ ମୁହାଁମୁହିଁ ହେଉଥିବା ଦେଖିବାକୁ ମିଳିଛି।

ଭାରତର ପ୍ରତିନିଧିତ୍ୱ କରୁଥିବା ହରିଣ, ଅନ୍ୟପଟେ ପାକିସ୍ତାନରୁ ମଧ୍ୟ ଏକ ହରିଣ । ଦୁହେଁ ନିଜ ନିଜ ସୀମାରେ ଠିଆ ହୋଇ ଜିରୋ ଲାଇନର ବାଡ଼ ଦେଇ ପରସ୍ପର ଶକ୍ତି ପ୍ରଦଶନ କରିବାକୁ ଚେଷ୍ଟା କରୁଛନ୍ତି । ଦୁହେଁ ପରସ୍ପରକୁ ଶିଙ୍ଗରେ ମାଡ଼ ମାରୁଛନ୍ତି। ଭାଇରାଲ ଭିଡିଓରେ ଭାରତୀୟ ହରିଣ ଅଧିକ ଆକ୍ରମଣାତ୍ମକ ଦେଖାଯାଉଛନ୍ତି। ସେ ପ୍ରଥମେ ପାକିସ୍ତାନୀ ହରିଣକୁ ଡେଇଁ ନିଜର ଶକ୍ତି ପ୍ରଦର୍ଶନ କରୁଛି, ଯାହା ପରେ ସେ ଦ୍ରୁତ ଗତିରେ ସୀମା ଆଡକୁ ଦୌଡ଼ି ଯାଇ ପାକିସ୍ତାନୀ ହରିଣକୁ ଭୟଭୀତ କରୁଛି ।

ଭାରତ ପଟରେ ଥିବା ହରିଣଟି ଦୌଡ଼ିବା ସମୟରେ ବାଡ଼ରେ ପହଞ୍ଚିବା ମାତ୍ରେ ପାକିସ୍ତାନୀ ହରିଣଟି ଚୁପ୍ ଚାପ୍ ସେଠାରେ ରହିଯାଉଛି, ଯେମିତି ସେ ଆତ୍ମସମର୍ପଣ କରୁଛି। @gharkekalesh ନାମକ ଏକ ଏକ୍ସ ଆକାଉଣ୍ଟରେ ଏହି ଭିଡିଓକୁ ପୋଷ୍ଟ୍ କରାଯାଇଛି । ଏଯାବତ୍ ଲକ୍ଷାଧିକ ଥର ଦେଖିବାକୁ ମିଳିଥିବା ବେଳେ ଅନେକ ଲୋକ ଏହି ଭିଡିଓକୁ ଲାଇକ୍ ମଧ୍ୟ କରିଛନ୍ତି। ଏଭଳି ପରିସ୍ଥିତିରେ ହରିଣର ଏହି ଲଢେଇ ୟୁଜର୍ସଙ୍କୁ ଉତ୍ସାହରେ ଭରି ଦେଇଛି ଏବଂ ୟୁଜର୍ସ ଏହି ଭିଡିଓଉପରେ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି ।

Get real time updates directly on you device, subscribe now.