fbpx

ମନୁଙ୍କ ୨ ପଦକ ବିଜୟ ରଚିଲା ଇତିହାସ, ଝୁମିଲା ସାରା ବଲିଉଡ, ତାରକା କହିଲେ, ବଲ୍ଲେ ବଲ୍ଲେ….

 

ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସର ଚତୁର୍ଥ ଦିନରେ ସୁନାଝିଅ ମନୁ ଭାକର ପୁଣି ଚମକିଛନ୍ତି । ସୁନ୍ଦରୀ ସୁଟର ମନୁ ଭାକର ଏହାସହ ଇତିହାସରେ ନିଜ ନାମକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ସରବଜୋତ ସିଂହ ଓ ମନୁ ଭାକରଙ୍କ ଯୋଡି ୧୦ ମିଟର ଏୟାର ପିଷ୍ଟଲରେ କାଂସ୍ୟ ଜିତି କମାଲ କରିଛନ୍ତି ।

କହିରଖୁ, ଏହାପୂର୍ବରୁ ମଧ୍ୟ ୨୨ ବର୍ଷିୟ ମନୁ ୧୦ ମିଟର ଏୟାର ପିଷ୍ଟଲର ବ୍ୟକ୍ତିଗତ ବର୍ଗରେ କାଂସ୍ୟ ଜିତି ସାରିଛନ୍ତି । ଗୋଟିଏ ଅଲମ୍ପିକ୍ସରେ ୨ ଟି ମେଡାଲ ଜିତିଥିବା ପ୍ରଥମ ଭାରତୀୟ ହେବାର ଗୌରବ ହାସଲ କରିଛନ୍ତି ଭାରତର ଏହି ସୁନ୍ଦରୀ ତନୟା । ସାରା ଦେଶ ତାଙ୍କର ଏହି ସ୍ୱତନ୍ତ୍ର ଖୁସିରେ ଖୁସି ହୋଇପଡିଛି । ସମସ୍ତେ ତାଙ୍କୁ ଶୁଭେଚ୍ଛାର ସୁଅରେ ଭସାଇ ଦେଉଛନ୍ତି । ଏଥିରେ ବଲିଉଡ ବା କେମିତି ପଛରେ ପଡି ଥାଆନ୍ତା ।

ଏହକ୍ରମରେ ବଲିଉଡ ଅଭିନେତା ତଥା ସାଉଥ ସୁପରଷ୍ଟାର କମଲ ହାସନ ନିଜର ଏକ୍ସ ( ପୂର୍ବର ଟ୍ୱିଟର) ଆକାଉଣ୍ଟରେ ଲେଖିଛନ୍ତି ଯେ ଲଗାତାର ଭାବରେ ଦୁଇ ଥର..ତାଙ୍କ ଓ ସରବଜୋତ ସିଂଙ୍କ ପାଇଁ ଭାରତ ଗର୍ବିତ । କମଲ ଆହୁରି କହିଛନ୍ତି ଯେ ମନୁ ପିଟି ଉଷା, କର୍ଣ୍ଣମ ମାଲେଶ୍ୱରୀ ତଥା ମେରିକମଙ୍କ ଭଳି ପ୍ରସିଦ୍ଧଙ୍କ ତାଲିକାରେ ସାମିଲ ହୋଇ ସାରିଛ ।ଆଗାମୀ ପିଢିର ପିଲାଙ୍କ ପାଇଁ ସେ ପ୍ରେରଣା ବୋଲି କମଲ କହିଛନ୍ତି । ସେପଟେ ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେର ତାଙ୍କ ଏକ୍ସ ଆକାଉଣ୍ଟରେ ମନୁଙ୍କ ଫଟୋ ସେୟାର କରି କହିଛନ୍ତି ଜୟ ହୋ… ଜୟ ହିନ୍ଦ ।

ଏହାବାଦ ସୁନୀଲ ସେଟ୍ଟୀ ବି ଏହି ସ୍ୱତନ୍ତ୍ର ସମୟରେ ମନୁ ଓ ସରବଜୋତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଜଣେ ଲେଜେଣ୍ଟ ବୋଲି ସୁନୀଲ କହିଛନ୍ତି । ସ୍ୱାଧୀନତା ପରେ ଗୋଟିଏ ଅଲମ୍ପିକ୍ସରେ ୨ ଟି ପଦକ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟଙ୍କ ପାଇଁ ଦେଶ ଗର୍ବିତ ବେଲାି ମଧ୍ୟ ସୁନିଲ କହିଛନ୍ତି । ଅଭିନେତା ଅଜୟ ଦେବଗନ ମଧ୍ୟ ମନୁଙ୍କୁ ‘ପ୍ରାଇଜ ଫର ନଜର’ କହି ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଆହୁରି ପଦକ ଭାରତ ଜିତିବା ନେଇ ଆଶାବାଦୀ ଅଛନ୍ତି । ମନୁଙ୍କ ଏହି ସ୍ୱର୍ଣ୍ଣିମ ସଫଳତାରେ ପିଲାଠୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଏବେ ଝୁମୁଛନ୍ତି ।

Get real time updates directly on you device, subscribe now.