fbpx

Conn Syndrome କ’ଣ ? ଏହା କିଡିନୀ ଏବଂ ହାର୍ଟକୁ କିପରି ପ୍ରଭାବିତ କରିଥାଏ ? ଜାଣନ୍ତୁ ଏହାର ଲକ୍ଷଣ

ଓଡ଼ିଶା ଭାସ୍କର: ଆଜିକାଲି ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ବ୍ୟକ୍ତି ବୟସ ପୂର୍ବରୁ ରୋଗାଗ୍ରସ୍ତ ହେବା ସାଧାରଣ ବିଷୟ ପାଲଟିଯାଇଛି । ଚିକିତ୍ସା ପାଇଁ ହସ୍ପିଟାଲ ଏବଂ ଡାକ୍ତରଙ୍କ ପାଖକୁ ଦୌଡ଼ି ଦୌଡ଼ି ବ୍ୟକ୍ତି ନୟାନ୍ତ ହୋଇପଡ଼ୁଛି । ବିଶେଷ କରି ହାର୍ଟ ଏବଂ କିଡନୀ ରୋଗ ପାଇଁ ବ୍ୟକ୍ତି ଅଧିକ ଚିନ୍ତାଗ୍ରସ୍ତ ରହୁଛି । ସେହିପରି ଏକ ରୋଗ ହେଉଛି ଉକ୍ଟଦ୍ଭଦ୍ଭ ଝଚ୍ଚଦ୍ଭୟକ୍ସକ୍ଟଜ୍ଞର । ଏହା ହେଉଛି ଏକ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଯେଉଁଥିରେ ଶରୀରରେ ଏଲ୍ଡୋଷ୍ଟେରୋନ୍ ନାମକ ଏକ ହର୍ମୋନ ସ୍ତର ବୃଦ୍ଧି ପାଇଥାଏ । ଏହି ହର୍ମୋନ ଶରୀରରେ ସୋଡିୟମ ଏବଂ ପୋଟାସିୟମର ସନ୍ତୁଳନ ବଜାୟ ରଖିବାରେ ସହାୟକ ହୋଇଥାଏ । ଏହି ହର୍ମୋନର ସ୍ତର ବୃଦ୍ଧି ହେଲେ କିଡନୀ ଏବଂ ହାର୍ଟ ଉପରେ ପ୍ରଭାବ ପକାଇଥାଏ ।
Conn Syndromeର ଲକ୍ଷଣ

୧. ଉଚ୍ଚ ରକ୍ତଚାପ
୨. ମୁଣ୍ଡ ବିନ୍ଧା
୩. ଦୁର୍ବଳ ଏବଂ ଥକ୍କାପଣ ଅନୁଭବ କରିବା
୪. ପରୀଶ୍ରାରେ ପୋଟାସିୟମର ଅଭାବ । ବାରମ୍ବାର ପରୀଶ୍ରା ଆସିବା
୫. ମାଂସପେଶୀରେ ଯନ୍ତ୍ରଣା
୬. ହାଇପରଟେନ୍ସନ ଏବଂ ହାଇପୋକେଲେମିଆ
୭. ବାନ୍ତି ଦେଖାଇବା

Conn Syndrome କିଡନୀକୁ କିପରି ପ୍ରଭାବିତ କରିଥାଏ ?

ଶରୀରରେ ଅଧିକ ଏଲ୍ଡୋଷ୍ଟେରୋନ୍ କାରଣରୁ କିଡନୀରେ ସୋଡିୟମ ମାତ୍ରା ବୃଦ୍ଧି ପାଇଥାଏ । ଏହା ଦ୍ୱାରା ଶରୀରରେ water retention ଦେଖାଦେଇଥାଏ ଏବଂ ରକ୍ତଚାପ ବୃଦ୍ଧି ପାଇଥାଏ । ଫଳରେ କିଡନୀର କାର୍ଯ୍ୟକ୍ଷମତା ହ୍ରାସ ହୋଇପାରେ ଏବଂ କିଡନୀ ଫେଲ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।

Conn Syndrome ହାର୍ଟକୁ କିପରି ପ୍ରଭାବିତ କରିଥାଏ ?

Conn Syndrome ଯୋଗୁଁ ଉଚ୍ଚ ରକ୍ତଚାପ ଆଶଙ୍କା ବୃଦ୍ଧି ପାଇଥାଏ । ଫଳରେ ହାର୍ଟ ଆଟାକ୍ ଏବଂ ହୃଦରୋଗ ସମସ୍ୟା ଦେଖାଦେଇପାରେ । ପୋଟାସିୟମ ଅଭାବ ହୃଦଗତିରେ ବାଧା ସୃଷ୍ଟି କରିପାରେ ।

ସଠିକ ସମୟରେ Conn Syndrome ର ଲକ୍ଷଣକୁ ଚିହ୍ନଟ କରି ଚିକିତ୍ସା କରାଇବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିୟମିତ ଯାଞ୍ଚ କରିବା ସହ ଔଷଧ ସେବନ କରନ୍ତୁ । ଏହା ବ୍ୟତୀତ ଜୀବନଶୈଳୀରେ କିଛି ପରିବର୍ତ୍ତନ କରିପାରିବେ ଯେପରି ସନ୍ତୁଳିତ ଆହାର ଓ କମ୍ ଲୁଣ ସେବନ କରିବା ଏବଂ ନିୟମିତ ବ୍ୟାୟାମ କିରବା । ନିଜକୁ ଫିଟ୍ ରଖିପାରିଲେ ଆପଣ ଯେକୌଣସି ରୋଗକୁ ନିୟନ୍ତ୍ରିତ କରିପାରିବେ ।

Get real time updates directly on you device, subscribe now.