fbpx

ମାସ ଆରମ୍ଭରୁ ଜନତାଙ୍କୁ ବଡ଼ ଝଟକା: କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ ବଢ଼ିଲା

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଜନତାଙ୍କୁ ଲାଗିଛି ଏକ ବଡ଼ ଝଟକା । ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୬.୫ ଟଙ୍କା ବୃଦ୍ଧି ପାଇଛି । ତୈଳ କମ୍ପାନୀମାନେ ଏନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ହୋଟେଲ ଓ ରେଷ୍ଟୁରାଣ୍ଟମାନଙ୍କରେ ବ୍ୟବହୃତ ହେଉଥିବା ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦରରେ ୬.୫୦ ଟଙ୍କା ବୃଦ୍ଧି ଘଟିଥିବା ବେଳେ ୧୪ କେଜି ବିଶିଷ୍ଟ ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ ।

ସୂଚନା ମୁତାବକ, ତୈଳ କମ୍ପାନୀମାନେ ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୬.୫ ଟଙ୍କା ବୃଦ୍ଧି କରିଛନ୍ତି । ନୂଆ ଦର ଲାଗୁ ହେବା ପରେ ମୁମ୍ବାଇରେ ଏହି ଗ୍ୟାସ ସିଲିଣ୍ଡର ଦାମ୍ ୧୬୦୫ ଟଙ୍କା ରହିଥିବା ବେଳେ ଦିଲ୍ଲୀରେ ୧୬୪୬ ଟଙ୍କା, କୋଲକତାରେ ୧୭୬୪.୫୦ ଟଙ୍କା, ଚେନ୍ନାଇରେ ୧୮୧୭ ଟଙ୍କାରେ ପହଞ୍ଚିଯାଇଛି । ବିଭିନ୍ନ ରାଜ୍ୟରେ ଏହି ଦର ଅଲଗା ଅଲଗା ହୋଇଥାଏ । ଏହା ପୂର୍ବରୁ ଜୁଲାଇ ୧ ତାରିଖରେ ୧୯ କେଜିଆ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୩୦ ଟଙ୍କା ହ୍ରାସ ପାଇଥିଲା । ଅନ୍ୟପକ୍ଷରେ ୧୪ କେଜିଆ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ୮୦୩ ଟଙ୍କାରେ ଅପରିବର୍ତ୍ତିତ ରହିଛି ।

Get real time updates directly on you device, subscribe now.