fbpx

ଫିଲିପାଇନ୍ସରେ ଭୂକମ୍ପ ଝଟକା, ଜାଣନ୍ତୁ ରିକ୍ଟର ସ୍କେଲରେ କେତେ ଥିଲା ତୀବ୍ରତା

ଓଡ଼ିଶା ଭାସ୍କର: ଶନିବାର ଫିଲିପାଇନ୍ସର ମିଣ୍ଡାନାଓ ଦ୍ୱୀପରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୮ ରେକର୍ଡ଼ କରାଯାଇଥିଲା । ଏହା ସହ ଭୂପୃଷ୍ଠରୁ ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିମି(୬.୨୧ ମାଇଲ୍‌) ଗଭୀରତାରେ ଅନୁଭୂତ ହୋଇଥିବା ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓ ସାଇନ୍ସେସ୍‌(GFZ) ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଭୂମିକମ୍ପ ନେଇ କୌଣସି ସୁନାମୀ ଚେତାବନୀ ଦିଆଯାଇ ନାହିଁ । କହିରଖୁଛୁ ପ୍ରଶାନ୍ତ ମହାସାଗରର ‘ଫାୟାର୍ ରିଂଗ’ରେ ଫିଲିପାଇନ୍ସ ରହିଛି ଯେଉଁଠି ଜ୍ୱାଳାମୂଖୀ ଗତିବିଧି ଏବଂ ଭୂମିକମ୍ପ ସାଧାରଣ କଥା ।

 

Get real time updates directly on you device, subscribe now.