fbpx

(Video) କାହିଁକି Hockey Indiaର ଜର୍ସିରୁ ହଟିଲା ‘Odisha’ ଲୋଗୋ? ପ୍ରାୟୋଜକ ଥାଇ ମଧ୍ୟ ରହିଲାନି ନାଁ…

ଓଡ଼ିଶା ଭାସ୍କର: ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଭାରତ ବିଭିନ୍ନ ଖେଳରେ ନିଜ ପାରଦର୍ଶିତା ଦେଖାଉଛି । ବିଶେଷ କରି ଭାରତୀୟ ହକି ଦଳକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ଅଷ୍ଟ୍ରେଲିଆକୁ ୫୨ ବର୍ଷ ପରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି ଇଣ୍ଡିଆନ୍ ହକି ଟିମ୍ । ଏହାବ୍ୟତୀତ ଆଉ ଏକ ଘଟଣାକୁ ନେଇ ମଧ୍ୟ ଏବେ ଚର୍ଚ୍ଚା ଜୋର ଧରିଛି । ଭାରତୀୟ ହକି ଖେଳାଳିଙ୍କ ଜର୍ସିରୁ ହଟି ଯାଇଛି ଓଡ଼ିଶାର ନାଁ । ଏନେଇ ଅନେକ କିଛି କଥା ଭାଇରାଲ ହେଉଛି । ଏହି ଘଟଣାକୁ ଓଡ଼ିଶା ରାଜନୀତିକୁ ନେଇ ମଧ୍ୟ ଯୋଡ଼ା ଯାଇଛି । ତେବେ ଆସନ୍ତୁ ଜାଣିବା କାହିଁକିୀ ଭାରତୀୟ ହକି ଜର୍ସିରୁ ଓଡ଼ିଶାର ଲୋଗୋ ବାଦ୍ ପଡ଼ିଛି ।

ଗତକାଲି ଭାରତୀୟ ହକି ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆକୁ ୩-୨ରେ ହରାଇ ୫୨ ବର୍ଷର ଅପେକ୍ଷା ଶେଷ କରିଛି ଟିମ ଇଣ୍ଡିଆ । ତେବେ ଏହପାରେ ଭାରତୀୟ ଜର୍ସିକୁ ନେଇ ଖୁବ ଚର୍ଚ୍ଚା ଜୋର ଧରିଛି । ଭାରତୀୟ ଜର୍ସିରେ ‘ଓଡ଼ିଶା’ ଲୋଗୋ ନଥିବାକୁ ନେଇ ଆଲୋଚନା ହେବାରେ ଲାଗିଛି । କୁହାଯାଉଛି ଓଡ଼ିଶାରେ ବିଜେଡି ହାରିଗଲା ପରେ ଏମିତି ହୋଇଛି । ଆଉ କିଛି କହୁଛନ୍ତି ବିଜେପି ଆସିଲା ପରେ ଏମିତି ଷଡ଼ଯନ୍ତ୍ର କରିଛି ।

ଭାରତୀୟ ହକି ଦଳର ଜର୍ସିରେ ଏବେ ଓଡ଼ିଶାର ନାଁ ନାହିଁ । କାରଣ ଇଣ୍ଡିଆ ହକିର ପ୍ରାୟୋଜକ ହେଉଛି ଓଡ଼ିଶା । ସେଥିପାଇଁ ହକି ଇଣ୍ଡିଆ ଯେଉଁ ସବୁ ମ୍ୟାଚ ଖେଳିବ ସେଥିରେ ଓଡ଼ିଶାର ନାଁ ରହିବ । ହେଲେ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନର ପ୍ରାୟୋଜକ ଓଡ଼ିଶା ନୁହେଁ । ଏଲିମ୍ପିକ୍ସକୁ ଅଲିମ୍ପିକ୍ସ ଆସୋସିଏସନ ଦଳ ପଠାଇଥାଏ । ଯେଉଁଥିରେ ଭାରତୀୟ ସରକାର ସବୁ ଖର୍ଚ୍ଚ ବହନ କରନ୍ତି । ହେଲେ ସବୁ କିଟ ଏକ ସ୍ପନସର ଦେଇଥାଏ ଯାହା ଏଥର ଦେଇଛି JSW। ଭାରତ ନାଁ ପୁରା ସାମ୍ନାରେ ରହି କିଟ ସ୍ପନ୍ସରର ନାଁ ପୁରା କଡ଼କୁ ଛୋଟ ଆକାରରେ ରହିଥାଏ । ଏହି ଜର୍ସିକୁ ଅଲମ୍ପିକସ ପୂର୍ବରୁ ଜୁନ ୩୦ରେ ଉନ୍ମୋଚନ ହୋଇଥିଲା । ଏନେଇ ମଧ୍ୟ ଅଲିମ୍ପିକ୍ସ ସଂଘର ୱେବସାଇଟରେ ସବିଶେଷ ତଥ୍ୟ ରହିଛି ।

ତେବେ ଅଲିମ୍ପିକ୍ସ ସରିବା ପରେ ଆଉ ଯେକୌଣସି ଆନ୍ତଃର୍ଜାତୀୟ ମ୍ୟାଚ ଖେଳିବେ ସେଥିରେ ଓଡ଼ିଶାର ନାଁ ରହିବ ନିଶ୍ଚିତ । ଏଥିରେ ସନ୍ଦେହ ନାହିଁ । ଅନେକ ଖେଳ ପ୍ରେମୀ ଏହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଆରମ୍ଭ କରିଛନ୍ତି । କିଛି ୟୁଜର ଦୁଃଖ ବିଜିଏମ୍ ଦେଇ ରିଲ୍ସ କରିବା ଆରମ୍ଭ କରି ସାରିଲେଣି । ଆଉ ଏମିତି ଚର୍ଚ୍ଚା ହେବା ବି ସ୍ୱାଭାବିକ । କାରଣ ଓଡ଼ିଶାର ନାଁ ଏତେ ବଡ଼ କ୍ରୀଡ଼ା ମଞ୍ଚରେ ଦେଖିବାକୁ ନପାଇ ଯିଏ ନାହିଁ ସିଏ ଏମିତି ଆଚରଣ କରିବନି ବା କେମିତି । ହେଲେ ଆମକୁ ଏମିତି ଭାବିବା ପୂର୍ବରୁ ପ୍ରଥମେ ଅଲିମ୍ପିକ୍ସର ନିୟମ ବିଷୟରେ ଜାଣିବାକୁ ପଡ଼ିବ ।

Get real time updates directly on you device, subscribe now.