fbpx

(Video): ‘ଏ ୟାର ସୁନ ୟାରି ତେରି’ – ୨୦୦୭ T-20 ବିଶ୍ୱକପର ହିରୋ ଯୋଗିନ୍ଦର ଶର୍ମା ଓ ମାହିଙ୍କ ମହାମିଳନ,୧୨ ବର୍ଷପରେ ହେଲା ଦେଖାସାକ୍ଷାତ

ଓଡିଶା ଭାସ୍କର: ୨୦୦୭ ମସିହା ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ କଥା ତ ମନେଥିବ । ଯଦି ମନେ ଅଛି ଆପଣ ଯୋଗିନ୍ଦର ଶର୍ମାଙ୍କୁ ତ ଭଲ ସେ ଜାଣିଥିବେ । ଇତିମଧ୍ୟରେ ସମୟ ବଦଳି ସାରିଛି । ହେଲେ ବଦଳିନି ସେହି ସ୍ମୃତି । ଭାରତୀୟ କ୍ରିକେଟର ପୂର୍ବତନ ବୋଲର ଯୋଗିନ୍ଦର ଶର୍ମା ଭାରତୀୟ ଦଳର ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭେଟିଛନ୍ତି । ପ୍ରାୟ ୧୨ ବର୍ଷ ପରେ ମାହିଙ୍କ ସହ ତାଙ୍କର ଏହି ମହାମିଳନ ହୋଇଛି ।

 

View this post on Instagram

 

A post shared by Jogi Sharma 23 Oct (@jogi23sharma)

କହିରଖୁ, ୨୦୦୭ ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲରେ ଅନ୍ତିମ ଓଭରରେ ଭାରତ ୧୩ ରନକୁ ଡିଫେଣ୍ଡ କରୁଥିଲା ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ । ଏହି ସମୟରେ ମିସ ବା ଉଲ ହକଙ୍କୁ ଆଉଟ କରି ଯୋଗିନ୍ଦର ରାତାରାତି କ୍ରିକେଟ ଷ୍ଟାରରୁ କ୍ରିକେଟ ସୁପରଷ୍ଟାର ସାଜିଥିଲେ । ମହେନ୍ଦ୍ର ସିଂ ଧୋନୀ ଅନ୍ତିମ ଓଭରରେ ଯୋଗିନ୍ଦରଙ୍କୁ ବଲ ଦେଇ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇ ଭାରତକୁ ଚାମ୍ପିୟାନ କରାଇଥିଲେ ।

ଯୋଗିନ୍ଦର ସୋସିଆଲ ମିଡିଆରେ ମାହିଙ୍କ ସହ ତାଙ୍କ ମୁଲାକାତର ଫଟୋକୁ ସେୟାର କରିଛନ୍ତି । ଏହି ଫଟୋରେ ସେ ‘ଏ ୟାର ସୁନ ୟାରି ତେରି’ ଗୀତ ଲଗାଇଛନ୍ତି ବ୍ୟାକଗ୍ରାଉଣ୍ଡରେ । ଏହାବାଦ ଫଟୋ କ୍ୟାପ୍ସନରେ ଏହି ପୂର୍ବତନ ଭାରତୀୟ କ୍ରିକେଟର ତଥା ହରିୟାଣା ପୁଲିସର ବର୍ତ୍ତମାନର ଡିଏସପି ଯୋଗିନ୍ଦର ଶର୍ମା ଲେଖିଛନ୍ତି ଯେ ଏମଏସ ଧୋନୀଙ୍କୁ ଦୀର୍ଘ ବର୍ଷପରେ ଦେଖା କରି ସେ ବହୁତ ଆନନ୍ଦିତ । ୧୨ ବର୍ଷ ପରେ ଦେଖା କରିବାର ଏହି ମୁହୂର୍ତ୍ତ ବେଶ ମଜା ଲାଗିଲା ବୋଲି ସେ ଜଣାଇଛନ୍ତି ।

Get real time updates directly on you device, subscribe now.