fbpx

Paris Olympics: ପୁଣି ହେବ ଜୋକୋବିଜ ଓ ଆଲକାରାଜଙ୍କ ମଧ୍ୟରେ ମହାଲଢେଇ, ପୁରୁଷ ଏକକ ଫାଇନାଲରେ ସୁନା ପାଇଁ ହେବ ଫାଇଟ

ଓଡିଶା ଭାସ୍କର: ଅଲିମ୍ପିକ୍ସ ପୁରୁଷ ଏକକ ଟେନିସ ଫାଇନାଲରେ ୱେମ୍ବଲଡନର ପୁନଃର୍ମିଳନ ହେବ । ଦୁଇ ଦୁଇଥର ୱେମ୍ବଲଡନ ଫାଇନାଲରେ ପରସ୍ପରକୁ ଆମ୍ନାସାମ୍ନା କରିଥିବା ଜୋକୋବିଚ- ଆଲକାରାଜ ପୁଣି ଅଲିମ୍ପିକ୍ସ ସ୍ୱର୍ଣ୍ଣପଦକ ପାଇଁ କୋର୍ଟକୁ ଓହ୍ଲାଇବେ । ଉଭୟ ନୋବାକ ଜୋକୋବିଚ ଓ କାର୍ଲୋସ ଆଲକାରାଜ ପ୍ୟାରିସ ଅଲିମ୍ପିକ୍ସର ସେମିଫାଇନାଲରେ ଏକତରଫା ବିଜୟ ହାସଲ କରିଛନ୍ତି । ଫଳରେ ନିୟତିର ନିୟମ ଅନୁସାରେ ପୁଣି ଏହି ଯୋଡିଙ୍କ ଘମାଘୋଟ ଲଢେଇ ଦେଖିବାକୁ ମିଳିବ ।

ଜୋକୋବିଜ ହେଉଛନ୍ତି ୩୭ ବର୍ଷିୟ ବରିଷ୍ଠ ଖେଳାଳି । ସେପଟେ ଆଲକାରାଜ ହେଉଛନ୍ତି ୨୧ ବର୍ଷିୟ ଯୁବ ଖେଳାଳି । ଅଲିମ୍ପିକ୍ସ ପୁରୁଷ ଏକକ ଟେନିସ ଟୁର୍ଣ୍ଣାମେଣ୍ଟରେ ଯୁବ ବନାମ ବରିଷ୍ଠ ଲଢେଇ ଦେଖିବ ବିଶ୍ୱ । ଏହି ଫାଇନାଲ ଗତ ଦୁଇ ୱେମ୍ବଲଡନ ପ୍ରତିଯୋଗିତାର ରିମେକ ହେବ । ତିନି ସପ୍ତାହ ପୂର୍ବରୁ ଟେନିସ ସୁପରଷ୍ଟାର ନୋବାକ ଜୋକୋବିଚଙ୍କୁ ୱେମ୍ବଲଡନ ଫାଇନାଲରେ ମାତ ଦେଇଥିଲେ ଉଦୟମାନ ଟେନିସ ସୁପରଷ୍ଟାର କାର୍ଲୋସ ଆଲକାରାଜ ।

ଆଲକାରାଜଙ୍କ ସହ ମୁକାବିଲା କରିବା ପୂର୍ବରୁ ନୋବାକ କହିଛନ୍ତି ଯେ କାର୍ଲୋସଙ୍କ ସହ ତାଙ୍କ ଫାଇନାଲ ଲଢେଇ ତାଙ୍କ ପାଇଁ ଆହ୍ୱାନଭରା ରହିବ । ଆଲକାରାଜ ୪ ଗ୍ରାଣ୍ଡସ୍ଲାମ ଜିତି ସାରିଛନ୍ତି । ସେପଟେ ଜୋକୋବିଜ ୨୪ ଗ୍ରାଣ୍ଡ ସ୍ଲାମର ଅଧିକାରୀ ଅଟନ୍ତି । ଦର୍ଶକେ ମଧ୍ୟ ପ୍ୟାରିସରେ ଏହି ମୁକାବିଲା ଦେଖିବା ପାଇଁ ଚାତକ ଭଳି ଅନେଇ ରହିଛନ୍ତି । ଆସନ୍ତାକାଲି ଭାରତୀୟ ସମୟ ଅପରାହ୍ନ ପ୍ରାୟ ୩ ଟା ୩୦ ମିନିଟରେ ଏହି ମହାଲଢେଇ ଦେଖିବାକୁ ମିଳିବ ।

Get real time updates directly on you device, subscribe now.