fbpx

ସୋମାଲିଆର ରାଜଧାନୀରେ ଆତ୍ମଘାତୀ ବିସ୍ଫୋରଣ; ଶତାଧିକ ଲୋକ ଆହତ, ୩୨ ମୃତ

ନୂଆଦିଲ୍ଲୀ: ସୋମାଲିଆର ରାଜଧାନୀ ମୋଗାଦିଶୁର ସମୁଦ୍ର କୂଳରେ ବନ୍ଧୁକଧାରୀଙ୍କ ଆତ୍ମଘାତୀ ଆକ୍ରମଣରେ ୩୨ ଜଣଙ୍କ ମୃତ୍ୟୁ ଘଟିଛି । ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସୋମାଲି ପୁଲିସ ମୁଖପାତ୍ର ଅବ୍ଦିଫତାହ ଅଦାନ ହାସନ କହିଛନ୍ତି ଯେ ଏହି ଆକ୍ରମଣରେ ପ୍ରାୟ ୬୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଦକ୍ଷିଣ ଏବଂ କେନ୍ଦ୍ରୀୟ ସୋମାଲିଆର ବିଶାଳ ଅଞ୍ଚଳକୁ ନିୟନ୍ତ୍ରଣ କରୁଥିବା ଅଲ୍-ଶବାବ ଆତଙ୍କବାଦୀ ସଂଗଠନର ସଦସ୍ୟମାନେ ଏହି ଆକ୍ରମଣ କରିଥିଲେ ।

ସୁରକ୍ଷା ବାହିନୀ ୫ ଜଣ ଆକ୍ରମଣକାରୀଙ୍କୁ ନିପାତ କରିଥିବା ବେଳେ ଅନ୍ୟ ଜଣେ ଆକ୍ରମଣକାରୀ ଆତ୍ମଘାତୀ ବିସ୍ଫୋରଣ କରିଥିବା ପୁଲିସ କହିଛି । ଏହି ଆକ୍ରମଣ ପାଇଁ ଅଲ-ଶବାବ ନିଜକୁ ଦାୟୀ କରିଛି । ଶୁକ୍ରବାର ସଂଧ୍ୟାରେ ଏହି ଆକ୍ରମଣ କରାଯାଇଥିବା ଏହି ସଙ୍ଗଠନ କହିଛି । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଏହି ସଂଗଠନ ଅଲକାଏଦା ସହ ମଧ୍ୟ ଜଡ଼ିତ ଏବଂ ଜାତିସଂଘ ସମର୍ଥିତ ସରକାରଙ୍କ ବିରୋଧରେ ପ୍ରାୟ ୨୦ ବର୍ଷ ଧରି ସୋମାଲିଆ ଗସ୍ତ କରିଆସୁଛି ।

Get real time updates directly on you device, subscribe now.