fbpx

ସୁନାରେ ତିଆରି ବ୍ଲାଉଜ ପିନ୍ଧିଲେ ନୀତା ଅମ୍ବାନୀ, କିନ୍ତୁ ଡିଜାଇନ ଉପରେ ସମସ୍ତଙ୍କ ନଜର

ମୁମ୍ବାଇ: ଅନନ୍ତ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହରେ ନୀତା ଅମ୍ବାନୀ ମନୀଷ ମଲହୋତ୍ରା ଡିଜାଇନରଙ୍କ ଆଉଟଫିଟ ପିନ୍ଧିଥିଲେ । ହେଲେ ଲୋକଙ୍କ ଧ୍ୟାନ ପର୍ପଲ କଲର ବ୍ଲାଉଜ ଉପରେ ଥିଲା । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ବ୍ଲାଉଜରେ ଖାଲି କାରୁକାର୍ଯ୍ୟ ଖାସ ନଥିଲା ବରଂ ବ୍ଲାଉଜର ଯେଉଁ ଡିଜାଇନ ହୋଇଥିଲା ତାହା ସବୁଠାରୁ ଆକର୍ଷଣୀୟ ହୋଇଥିଲା ।

ବନାରସୀ ସାଢି ସହ ନୀତା ଅମ୍ବାନୀ ଯେଉଁ ପର୍ପଲ କଲରର ବ୍ଲାଉଜ ପିନ୍ଧିଥିଲେ ତାକୁ ୭୭ ବର୍ଷୀୟ ଶହଜାଦ ଅଲି ଶେରାନୀ ତିଆରି କରିଥିଲେ । ସେ ରାଜସ୍ଥାନର କିଶନଗଡ଼ର ନିବାସୀ ଏବଂ ସେ ଅନେକ ବର୍ଷଧରି ବ୍ଲାଉଜ ତିଆରି କରୁଛନ୍ତି ।

ଏହି ବ୍ଲାଉଜ ପଛରେ ପେଟିଙ୍ଗ କରାଯାଇଛି । ଯାହର ସଂଯୋଗ ଶ୍ରୀକୃଷ୍ଣଙ୍କ ରୂପ ଶ୍ରୀନାଥ ଏବଂ ଠାକୁର ଜୀଙ୍କର ଅଟେ । ଶ୍ରୀନାଥଜୀ ମନ୍ଦିରରେ ବିଭିନ୍ନ ଦର୍ଶନ ଅନୁସାରେ ଭିନ୍ନ-ଭିନ୍ନ ପେଟିଙ୍ଗ ପ୍ରଦର୍ଶୀତ କରାଯାଇଥାଏ, ଯେପରି ଶରଦ ପୂର୍ଣ୍ଣିମା, ଅନ୍ନକୋଟ, ଫାଗୋତ୍ସବ, ଗୋପାଷ୍ଟମୀ, ଦାନଲୀଳା ଭଳି ୨୪ ଦର୍ଶନ ଅଟେ । ଏହି ବ୍ଲାଉଜର କାମରେ ଅସଲି ସୁନାର ବ୍ୟବହାର କରାଯାଇଛି । ଏହି ବ୍ଲାଉଜକୁ ତିଆରି କରିବା ପାଇଁ ଶହଜାଦ ଏବଂ ତାଙ୍କ ପୁଅଙ୍କୁ ୫୦ରୁ ୫୫ ଘଣ୍ଟାର ସମୟ ଲାଗିଥିଲା ।

Get real time updates directly on you device, subscribe now.