fbpx

(Video): ଭାରତ ଯାତ୍ରା ସମୟରେ ହଲିଉଡ ଷ୍ଟାର ହ୍ୟୁ ଜୈକମ୍ୟାନଙ୍କ ବିଶ୍ୱସୁନ୍ଦରୀଙ୍କୁ ଫ୍ଲର୍ଟ, ସ୍ମାର୍ଟ ତରିକାରେ ପତ୍ନୀଙ୍କ ସାମ୍ନାରେ…

ଓଡିଶା ଭାସ୍କର: ୨୦୧୧ ମସିହାରେ ହଲିଉଡ ସୁପରଷ୍ଟାର ହ୍ୟୁ ଜୈକମ୍ୟାନ ଭାରତ ଯାତ୍ରାରେ ଆସିଥିଲେ । ସେହିସମୟରେ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ତାଙ୍କୁ ଗୋଟିଏ ସୁନ୍ଦର ଉପହାର ମଧ୍ୟ ପ୍ରଦାନ କରିଥିଲେ । ହ୍ୟୁଙ୍କ ପୂର୍ବତନ ପତ୍ନୀ ଡୋବାରା- ଲି- ଫର୍ନିସ ମଧ୍ୟ ଏହି ସମୟରେ ଉପସ୍ଥିତ ରହିଥିଲେ । କହିରଖୁ, କେବଳ ଐଶ୍ୱର୍ଯ୍ୟା ରାୟଙ୍କ ପ୍ରଶଂସକ ନୁହେଁ ବରଂ ଅନ୍ତର୍ଜାତୀୟ ତାରକାମାନେ ବି ଏହି କଥାରେ ସହମତ ହୋଇଥାଆନ୍ତି ଯେ, ଐଶ ହେଉଛନ୍ତି ବିସ୍ୱର ସବୁଠୁ ସୁନ୍ଦର ମହିଳା ।

ନିକଟରେ କିମ କାର୍ଦଶିୟନ ତାଙ୍କୁ ‘କ୍ୱିନ’ ବୋଲି ସମ୍ବୋଧନ କରିଥିଲେ । ସେପଟେ ସମୟ ଥିଲା ଦିନେ ହଲିଉଡ ଷ୍ଟାର ଜୈକମ୍ୟାନ ତାଙ୍କର ପ୍ରଶଂସା କରିଥିଲେ । ଜୈକମ୍ୟାନ ୨୦୧୧ ମସିହାରେ FCCI ଫ୍ରେମ ଟିମ ଦ୍ୱାରା ସମ୍ମାନିତ କରାଯାଇଥିଲା । ପ୍ରସିଦ୍ଧ ନିର୍ଦ୍ଦେଶକ ୟଶ ଚୋପଡା ଓ ଐଶ୍ୱର୍ଯ୍ୟା ରାୟ ତାଙ୍କୁ ଗଣେଶ ମୂର୍ତ୍ତି ଦେଇଥିଲେ ଉପହାର ଭାବରେ । ଏହାକୁ ସସମ୍ମାନେ ହ୍ୟୁଗ ମଧ୍ୟ ଗ୍ରହଣ କରିଥିଲେ ।

ଉପହାର ସ୍ୱୀକାର କରିବା ସମୟରେ ଜୈକମ୍ୟାନ ଐଶଙ୍କୁ ଧନାବାଦ ଜଣାଇ କହିଥିଲେ ଯେ, ବିଶ୍ୱର ସବୁଠୁ ସୁନ୍ଦରୀ ମହିଳା ହେଉଛନ୍ତି ଐଶ । ସେ ତାଙ୍କର ପରିଚୟ କରାଇବେ । ଐଶ ହିଁ ତାଙ୍କ ସ୍ତ୍ରୀ ହେବେ । ଜୈକମ୍ୟାନ ଏଭଳି ଏଥିପାଇଁ କହୁଛନ୍ତି କାରଣ ସେ ବହୁତ ବୁଦ୍ଧିମାନ ଓ ସାମ୍ନାରେ ତାଙ୍କ ନିଜ ସ୍ତ୍ରୀ ମଧ୍ୟ ବସିଛନ୍ତି ବୋଲି ସେ ଜଣାଇଥିଲେ । ଏହାବାଦ ତାଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ସେ ଐଶଙ୍କୁ ଧନ୍ୟବାଦ ଅର୍ପଣ ମଧ୍ୟ କରିଥିଲେ ।

Get real time updates directly on you device, subscribe now.