fbpx

US Recession: ବିପଦରେ ରହିଛି ବିଶ୍ୱର ବୃହତ ଅର୍ଥବ୍ୟବସ୍ଥା, ଆମେରିକାରେ ମାନ୍ଦାବସ୍ଥା, ଗୋଲଡମ୍ୟାନ ସୈଶ ବଢାଇଲା ବିପଦ

ଓଡିଶା ଭାସ୍କର: ବୈଶ୍ୱିକ ଆର୍ଥିକ ଅବସ୍ଥା ପୁଣିଥରେ ଆହ୍ୱାନକୁ ସାମ୍ନା କରୁଛି । ବିଶ୍ୱର ସବୁଠୁ ବଡ ଅର୍ଥ ବ୍ୟବସ୍ଥା ଆମେରିକାରେ ଆର୍ଥିକ ମାନ୍ଦାବସ୍ଥା ଦେଖିବାରେ ଲାଗିଲାଣି । ଅନେକ ବିଶ୍ଲେଷଣ ସାଙ୍ଗକୁ ଗୋଲଡମ୍ୟାନ ସୈଶ ଏହାର ଆର୍ଥକ ଅବସ୍ଥାକୁ ଭାଙ୍ଗି ଚୂରମାର କରିଦେବାର ପାଦ ଦେଶରେ ରହିଛି । ଆଗାମୀ ବର୍ଷ ଆମେରିକାର ମାନ୍ଦାବସ୍ଥା ଆହୁରି ବଢିବାର ଆଶଙ୍କା କରୁଛନ୍ତି ଅର୍ଥନୈତିକ ବିଶେଷଜ୍ଞ ଦଳ ।
ରିପୋର୍ଟ ଅନୁସାର, ଆଗାମୀ ବର୍ଷ ଆମେରିକାରେ ମାନ୍ଦାବସ୍ଥାର ଆଶଙ୍କା ୧୫ ପ୍ରତିଶତରୁ ବଢି ପ୍ରାୟ ୨୫ ପ୍ରତିଶତରେ ପହଞ୍ଚିଛି । ଆମେରିକୀୟ ଅର୍ଥବ୍ୟବସ୍ଥା ଉପେର ଆର୍ଥିକ ବିପଦ ଥିବା ସତ୍ତ୍ୱେ ବି ସେଠାରେ ବିପଦ ଏବେ କିଛି ପରିମାଣରେ କମ୍ ଅଛି । କିନ୍ତୁ, ଏହା ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଗୋଲଡମ୍ୟାନ ସୈଶର ଅର୍ଥନୀତିଜ୍ଞଙ୍କ କହିବାନୁସାରେ, ଆମେରିକାରେ ମାନ୍ଦାବସ୍ଥାର ବଡ ବିପଦ ଥିଲେ ବି ଅଚାନକ ଆମେରିକୀୟ ଅର୍ଥବ୍ୟବସ୍ଥା ଉପରେ ଯଦିଓ ବଡ ବିପଦ ନ ଆସିପାରେ, ତଥାପି ଏ ବିପଦକୁ ଏଡାଇ ଦିଆଯାଇ ନ ପାରେ ।
ଏହି ଦେଶରେ ବେକାରୀ ସମସ୍ୟା ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି । ଏକ ଆକଳନ ଅନୁସାରେ, ଏଠାକାର ବେକାରୀ ସମସ୍ୟା ୪.୩ ପ୍ରତିଶତରେ ପହଞ୍ଚିସାରିଛି । ୨୦୨୧ ମସିହା ପରେ ଏହା ଆମେରିକା ପାଇଁ ସବୁଠୁ ବେଶୀ ବଡ ଆକଳନ ଅଟେ ବେକାରୀ ସମସ୍ୟାକୁ ନେଇ । ଫଳରେ ଏହା ମାନ୍ଦାବସ୍ଥାକୁ ଆହୁରି ବଢାଇବ ବୋଲି ଅନୁମାନ କରାଯାଉଛି । ଏହାବାଦ ଆମେରିକୀୟ ସେୟାର ବଜାର ୧ ପ୍ରତିଶତ କ୍ଷତିରେ ଚାଲିଛି ।

Get real time updates directly on you device, subscribe now.