fbpx

କେନ୍ଦ୍ରୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ବିଦେଶ ଯିବା ପାଇଁ କିଏ ଦିଅନ୍ତି ଅନୁମତି, ଜାଣନ୍ତୁ ସମସ୍ତ ପ୍ରକ୍ରିୟା…

ଓଡିଶା ଭାସ୍କର: ଦେଶର ପ୍ରଧାନମନ୍ତ୍ରୀ, କେନ୍ଦ୍ରୀୟମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ପାଖରେ ସାମ୍ବିଧାନକ ଭାବରେ ବହୁତ ଶକ୍ତି ଥାଏ । ମାତ୍ର ଏହି ସମସ୍ତ ଶକ୍ତି ସମ୍ବିଧାନର ନିୟମ ଅନୁସାରେ ହିଁ ହୋଇଥାଏ । ସେଥିପାଇଁ କୌଣସି ବି କେନ୍ଦ୍ରୀୟମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ବିଦେଶରେ କୌଣସି ବି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିନାନୁମତିରେ ବିଦେଶ ଯାଇ ପାରନ୍ତି ନାହିଁ । ତେବେ ଏମାନଙ୍କୁ ବିଦେଶ ଯିବା ପାଇଁ କିଏ ଅମୁମତି ପ୍ରଦାନ କରନ୍ତି ଜାଣନ୍ତି!

ପ୍ରକାଶଥାଉ ଯେ, ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି । ଯେଉଁସମୟରେ ଭାରତୀୟ ଦଳ କ୍ୱାର୍ଟର ଫାଇନାଲ ଖେଳିବା ପାଇଁ ଯାଉଥିଲା ସେହି ସମୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବତ ସିଂ ମାନ ପ୍ୟାରିସ ଯାଇ ସେମାନଙ୍କ ମନୋବଳ ବଢାଇବାକୁ ଚାହିଁଥିଲେ । ମାତ୍ର କେନ୍ଦ୍ର ସରକାର ତାଙ୍କ ବିଦେଶ ଗସ୍ତ ପାଇଁ ମଞ୍ଜୁରୀ ପ୍ରଦାନ କରି ନଥିଲେ । ତେବେ କିଏ ପ୍ରଦାନ କରନ୍ତି ଏ ଅନୁମତି!

କହିରଖୁ, ବିଦେଶ ଯାତ୍ରା ପାଇଁ କେନ୍ଦ୍ରୀୟମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ ଅଲଗା ଅଲଗା ବିଭାଗରୁ ଅନୁମତି ନେବାକୁ ପଡିଥାଏ । ଏଥିରେ କେନ୍ଦ୍ରୀୟ ଓ ରାଜ୍ୟମନ୍ତ୍ରୀଙ୍କୁ ଅନୁମତି ଦେବାର ପ୍ରକ୍ରିୟା ବି ଭିନ୍ନ ଥାଏ । ଯଦି କୌଣସି ରାଜ୍ୟ ମନ୍ତ୍ରୀ କୌଣସି କାମରେ ବିଦେଶ ଯାତ୍ରା କରିବାକୁ ଚାହାନ୍ତି, ତେବେ ତାଙ୍କୁ ପଲିଟିକାଲ ଓ ଫରେନ କଣ୍ଟ୍ରିବ୍ୟୁଶନ ରେଗୁଲେଟିଂ ନିୟମ ଅନୁସାରେ କ୍ଲିୟରେନ୍ସ ନେବାକୁ ପଡିଥାଏ । ଏହା ଯଦି ସଂସଦର ଅଧିବେଶନ ଚାଲୁଥିବା ସମୟରେ ହୁଏ, ତେବେ ପ୍ରଧାନମନ୍ତ୍ରୀଙ୍କ ଅନିମତି ନେବା ବାଧ୍ୟତାମୂଳକ ଥାଏ ।

ବିଦେଶ ଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରୀୟ ମନ୍ତ୍ରୀ ତଥା ଅନ୍ୟ ସରକାରୀ ଅଧିକାରୀଙ୍କ ପାଇଁ କ୍ୟାବିନେଟ ସଚିବାଳୟ ତରଫରୁ ୨୦୧୫ ମସିହାରେ ଏକ ସର୍କୁଲାର ଜାରି କରାଯାଇଥିଲା । ଏଥିରେ ଉଲ୍ଲେଖ ରହିଛି ଯେ, ମୁଖ୍ୟମନ୍ତ୍ରୀଙ୍କୁ ବିଦେଶ ଯାତ୍ରା ପୂର୍ବରୁ କ୍ୟାବିନେଟ ସଚିବାଳୟ ଓ ବିଦେଶ ମନ୍ତ୍ରାଳୟକୁ ସୂଚିତ କରିବାକୁ ପଡେ । ଏହାବାଦ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କୁ ବିଦେଶଯାତ୍ରାର ଏକ ନକଲ ଇକୋନମିକ ଅଫେୟର୍ସ ସଚିବଙ୍କୁ ପଠାଇବାକୁ ପଡେ । ଏହାବାଦ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଏ ବାବଦରେ ଜଣାଇବାକୁ ପଡିଥାଏ ।

Get real time updates directly on you device, subscribe now.