fbpx

Ind vs SL: ଶ୍ରୀଲଙ୍କା ଗଡକୁ ଭେଦ କରି ପାରୁନି ଭାରତ, ଲଜ୍ଜାଜନକ ପ୍ରଦର୍ଶନ ଜାରି ରହିଛି, ପରାଜୟ ପାଇଁ ଏହି ୫ ଟି କାରଣ ଦାୟୀ…

ଓଡିଶା ଭାସ୍କର: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୩୨ ରନରେ ପରାସ୍ତ ହୋଇଛି । ଭାରତ ସାମ୍ନାରେ ସିଂହଳୀ ଦଳ ମାତ୍ର ୨୪୧ ରନର ବିଜୟ ଲକ୍ଷ୍ୟ ରଖିଥିଲା । ତଥାପି ପରାଜୟର ସାମ୍ନା କରିଛି ରୋହିତ ସେନା । ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମା ଓ ଶୁଭମନ ଗିଲ ପ୍ରାରମ୍ଭିକ ଭାବରେ ୯୭ ରନ କରିଥିଲେ । କିନ୍ତୁ, ଏହାପରେ ବାକି ବ୍ୟାଟର ସହଜରେ ଶ୍ରୀଲଙ୍କା ସାମ୍ନାରେ ନିଜର ଅସ୍ତ୍ରଶସ୍ତ୍ର ତ୍ୟାଗ କରିଥିଲେ । ସେହିଭଳି ପ୍ରଥମ ଦିନିକିଆ ବି ଅମୀମାଂସିତ ରହିଥିଲା । ‘ମେନ ଇନ ବ୍ଲୁ’ ୨୩୧ ରନ ମଧ୍ୟ କରି ପାରିଲାନି ପ୍ରଥମ ଦିନିକିଆରେ । ତେବେ ଜାଣିବା ଟିମ ଇଣ୍ଡିଆର ପରାଜୟର ପାଞ୍ଚ କାରଣ…

ଭାରତୀୟ ବ୍ୟାଟର ଅଭ୍ୟାସ କରୁ ନାହାନ୍ତି: ଭାରତୀୟ ଦଳ ପାଖରେ ମ୍ୟାଚ ଅଭ୍ୟାସ ଦୁର୍ବଳତା ଝଲସୁଛି । କେ.ଏଲ ରାହୁଲ ଓ ଶ୍ରେୟସ ଆୟର ଆଇପିଏଲ ପରେ ସିଧାସଳଖ ଦିନିକିଆ ଖେଳିବା ଏହି କଥାକୁ ପ୍ରମାଣିତ କରୁଛି । ବିରାଟ କୋହଲି ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପରେ ଶେଷଥର ପାଇଁ ନଜର ଆସିଥିଲେ । ଯଦିଓ ହିଟମ୍ୟାନ ଫର୍ମରେ ଅଛନ୍ତି, ତଥାପି ଭାରତର ଅନ୍ୟ ବ୍ୟାଟର ରନ ସଂଗ୍ରହ ପାଇଁ ସଂଘର୍ଷ କରୁଛନ୍ତି ।

ଟିମ୍ ଇଣ୍ଡିଆ ଉପରେ ଭାରି ପଡୁଛି ରକ୍ଷଣାତ୍ମକ ବ୍ୟାଟିଂ: ଭାରତୀୟ ବ୍ୟାଟର ଶ୍ରୀଲଙ୍କା ବିପକ୍ଷରେ ଡିଫେନ୍ସିଂ ମୋଡରେ ନଜର ଆସୁଛନ୍ତି । ସେମାନେ ସ୍ପିନରଙ୍କ ସାମ୍ନାରେ ଡିଫେନ୍ସ ଖେଳୁଛନ୍ତି । ଫଳରେ ଶ୍ରୀଲଙ୍କା ଦଳକୁ ମ୍ୟାଚକୁ ପୂର୍ଣ୍ଣ ଭାବରେ ନିଜ ଆଡକୁ ନେବାରେ ସକ୍ଷମ ହେଉଛି ।

ଶ୍ରୀଲଙ୍କାର ନିମ୍ନକ୍ରମ ବ୍ୟାଟର ସାଜିଛନ୍ତି କାଳ: ଏହି ଶୃଙ୍ଖଳାରେ ଶ୍ରୀଲଙ୍କାର ନିମ୍ନକ୍ରମ ବ୍ୟାଟର ଭାରତ ପାଇଁ କାଳ ସାଜିଛନ୍ତି । ଉଭୟ ଦିନିକିଆରେ ଏହା ଦୃଷ୍ଟିଗୋଚର ହୋଇଛି । ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କା ୩୫ ତମ ଓଭରରେ ୬ ୱିକେଟ ହରାଇ ମାତ୍ର ୧୩୬ ରନ କରିଥିଲା । ତଥାପି ଦଳ ୨୪୦ ରନ କରିବାକୁ ସକ୍ଷମ ହୋଇଥିଲା ନିଜର ‘ଲୋ ଅର୍ଡର’ ବ୍ୟାଟରଙ୍କ ବ୍ୟାଟିଂ ବଳରେ । ଭାରତୀୟ ବୋଲର ଶେଷ ୧୫ ଓଭରରେ ମୋଟ ୧୦୦ ରନ ବ୍ୟୟ କରିଥିଲେ । ପ୍ରଥମ ଦିନିକିଆରେ ବି ପ୍ରାୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା ।

ଶ୍ରୀଲଙ୍କାର ପାର୍ଟଟାଇମ ବୋଲରକୁ ଖେଳି ପାରୁ ନାହାନ୍ତି ଭାରତୀୟ ବ୍ୟାଟର: ଶ୍ରୀଲଙ୍କାର ପାର୍ଟଟାଇମ ବୋଲର ଏହି ଶୃଙ୍ଖଳାରେ ଭାରତ ପାଇଁ ବନ୍ୟା ସାଜିଛନ୍ତି । ଯେଉଁଥିରେ ଭାରତୀୟ ବ୍ୟାଟର ଭାସିଯାଇ ଆଉଟ ହେଉଛନ୍ତି । ଶ୍ରୀଲଙ୍କାର ଅଧିନାୟକ ଚରିଥ ଅସଲଙ୍କା ୬୧ ଦିନିକିଆରେ ମାତ୍ର ୧୧ ୱିକେଟ ନେଇଛନ୍ତି । କିନ୍ତୁ, ଏହି ଶୃଙ୍ଖଳାରେ ସେ ଏବେ ପର୍ଯ୍ୟନ୍ତ ପ୍ରାୟ ୬ ୱିକେଟ ହାସଲ କରି ସାରିଲେଣି ।

ଭାରତ ପାଖରେ ନାହିଁ ଚତୁର୍ଥ ସ୍ପିନର: ଉଭୟ ମ୍ୟାଚରେ ଶ୍ରୀଲଙ୍କା ପିଚ ସ୍ପିନରକୁ ସୁହାଉଛି । ସିଂହଳୀ ଦଳ ୫ ଜଣ ସ୍ପିନର ସହ ଶୃଙ୍ଖଳା ଖେଳୁଛି । ମାତ୍ର ଭାରତ ପାଖରେ କେବଳ ରହିଛନ୍ତି ରିୟାନ ପରାଗ ଓ ଶିଭମ ଦୁବେ । ସେମାନେ ସଫଳ ହୋଇ ପାରୁ ନାହାନ୍ତି । ଭାରତକୁ ଚତୁର୍ଥ ସ୍ପିନରର ଆବଶ୍ୟକତା ରହିଛି । ଶିଭମ ଦୁବେ ଉଭୟ ବ୍ୟାଟିଂ ଓ ବୋଲିଂରେ ବିଫଳ ହେଉଛନ୍ତି । ସେପଟେ ରିୟାନ ଟ୍ୱେଣ୍ଟି-ଟ୍ୱେଣ୍ଟି ଫର୍ମାଟରେ ଜବରଦସ୍ତ ସାବ୍ୟସ୍ତ ହୋଇଥିଲେ, ଯାହା ଦିନିକିଆରେ ଏପର୍ଯ୍ୟନ୍ତ ଦେଖିବାକୁ ମିଳି ନାହିଁ ।

Get real time updates directly on you device, subscribe now.