fbpx

Delhi liquor scam case: ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ, ଏବେ SC ଯିବେ ସିଏମ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟଙ୍କଠାରୁ ଏକ ଶକ୍ତ ଝଟକା ଲାଗିଛି । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଅବେଦନକୁ ଖାରଜ କରିଦେଇଛନ୍ତି । ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ଗସ୍ତ କରିବେ । ସୂଚନା ମୁତାବକ, ସିବିଆଇ ଦ୍ୱାରା ଗିରଫ ଏବଂ ଜାମିନ ପିଟିସନକୁ ନେଇ କେଜ୍ରିୱାଲ ସୁପ୍ରିମକୋର୍ଟ ଦ୍ୱାରସ୍ତ ହେବେ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲ ଜେଲରୁ ବାହାରକୁ ଆସିପାରିବେ ନାହିଁ । ସିବିଆଇ ମାମଲାରେ ଗିରଫକୁ ବେଆଇନ ଘୋଷଣା କରିଥିବା ଅବେଦନକୁ ମଧ୍ୟ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥିସହ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ମଧ୍ୟ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଜାମିନ ପାଇଁ ନିମ୍ନ ଆଦାଲତକୁ ଯିବାକୁ ହାଇକୋର୍ଟ କହିଛନ୍ତି ।

Get real time updates directly on you device, subscribe now.