fbpx

ଚାଲିବା ପାଇଁ ସାହାରା ଲୋଡ଼ୁଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ କ୍ରିକେଟର ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସାଙ୍ଗ ବିନୋଦ କାମ୍ବଲିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦିନେ କ୍ରିକେଟ ମଇଦାନରେ ଯିଏ ରନ୍ ସଂଗ୍ରହ କରିବାରେ କ୍ଲାନ୍ତ ଅନୁଭବ କରୁନଥିଲେ ଆଜି ସିଏ ସଠିକ ଭାବରେ ଚାଲିବାକୁ ମଧ୍ୟ ସକ୍ଷମ ନୁହଁନ୍ତି । ଏନେଇ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ଚକିତ ହେବା ସହ ନିରାଶ ହୋଇଛନ୍ତି ।

ସୋସିଆଲ ମିଡିଆରେ ଦ୍ଭବକ୍ସରଦ୍ଭୟକ୍ସବ.ଶ୩୩୩ ନାମକ ଜଣେ ୟୁଜର ଭିଡିଓ ଶେୟାର କରି ଲେଖିଛନ୍ତି, ‘ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଖରାପ ସ୍ୱାସ୍ଥ୍ୟ ସହ ସଂଘର୍ଷ କରୁଛନ୍ତି । ଗତ କିଛି ବର୍ଷରେ ସେ ତାଙ୍କ ସ୍ୱାସ୍ଥ୍ୟ ତଥା ବ୍ୟକ୍ତିଗତ ସମସ୍ୟାକୁ ନେଇ ସଂଘର୍ଷ ବିଷୟରେ ବହୁତ ଖୋଲାଖୋଲି ଭାବେ କଥାବାର୍ତ୍ତା ହୋଇଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟା, ହୃଦୟ ସମସ୍ୟା ଏବଂ ଅବସାଦକୁ ନେଇ ସେ ଅନେକ ଥର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୁଁ ତାଙ୍କ ଆଶୁ ଆରୋଗ୍ୟ ସହ ତାଙ୍କ ପାଇଁ ସହଯୋଗ କାମନା କରୁଛି ।’ ଏହି ଭାଇରାଲ ଭିଡିଓରେ ଦର୍ଶାଯାଇଛି ଯେ ବିନୋଦ କାମ୍ବଲି କିପରି ଏକ ବାଇକ୍ ପାଖରେ ଛିଡ଼ା ହୋଇଛନ୍ତି । କିଛି ସମୟ ପରେ ସେ ନିଜେ ଚାଲିବାକୁ ଚେଷ୍ଟା କରୁଛନ୍ତି । ସେହି ସମୟରେ କିଛି ବ୍ୟକ୍ତି ଆସି ତାଙ୍କୁ ସାହାରା ଦେଉଛନ୍ତି । ଏହି ଭିଡିଓକୁ ନେଇ ଅନେକ ୟୁଜର କମେଣ୍ଟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ବିନୋଦ ନିଶ୍ଚିତ ମଦ୍ୟପାନ କରିଥିବେ ସେଥିପାଇଁ ଚାଲିବାକୁ ଅସମର୍ଥ । ଆଉ କିଛି ଲେଖିଛନ୍ତି ତାଙ୍କ ଅବସ୍ଥା ଦେଖି ଲାଗୁନି କି ସେ ନିଶା କରିଛନ୍ତି । ସେ ସତରେ ରୋଗାକ୍ରାନ୍ତ ହୋଇଥାଇପାରନ୍ତି । କହିରଖୁଛୁ ବିନୋଦ କାମ୍ବଲି ଭାରତ ପାଇଁ ୧୦୪ଟି ଦିନିକିଆ ଏବଂ ୧୭ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ସେ ଦିନିକିଆ କ୍ରିକେଟରେ ୨ଟି ଶତକ ଏବଂ ୧୪ଟି ଅର୍ଦ୍ଧଶତକ ସହ ମୋଟ୍ ୨୪୭୭ ରନ୍ ସଂଗ୍ରହ କରିଛନ୍ତି । ସେହିପରି ଟେଷ୍ଟ କ୍ରିକେଟରେ ୪ଟି ଶତକ ସହ ମୋଟ୍ ୧୦୮୪ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲେ ।

 

View this post on Instagram

 

A post shared by Narendra Gupta (@narendra.g333)

Get real time updates directly on you device, subscribe now.